Latest Odisha News

BREAKING NEWS

ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନ ଦେଲେ ଇଫତାର ପାର୍ଟି, କହିଲେ ଭାରତର ସାହାଯ୍ୟ ଚାଲୁ ରହିବ

କଲମ୍ବୋ: ଅତି ଘଡ଼ିସନ୍ଧି ବେଳରେ ଗତି କରୁଛି ଶ୍ରୀଲଙ୍କା । ଅଭାବ ଅନଟନ ପାଇଁ ସରକାର ତ ସରକାର ପୁରା ଦେଶ ଦୋହଲିଗଲା । ବିଭିନ୍ନ ବନ୍ଧୁ ଦେଶ ସାହାଯ୍ୟ କରୁଥିବା ବେଳେ, ଭାରତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଲାଇନ ଅଫ କ୍ରେଡିଟ ଜରିଆରେ ସମସ୍ତ ସାହାଯ୍ୟ କରୁଛି ।

ଶୁକ୍ରବାର କଲମ୍ବୋରେ ଅବସ୍ଥାପିତ ଭାରତୀୟ ହାଇକମିଶନ ଏକ ଇଫତାର ପାର୍ଟି ରଖିଛନ୍ତି । ହାଇକମିଶନ ସୌରଭ ବାଗଲେ ଏହି ପାର୍ଟିକୁ ଆୟୋଜନ କରିଛନ୍ତି । ଏଭଳି ଜରୁରୀ ପରିସ୍ଥିତିରେ ଭାରତ ତାର ସାହାଯ୍ୟ ଯୋଗାଇ ଆସିଛି । ଆଗକୁ ମଧ୍ୟ କରିବ । ଯେମିତି ଆମ ପୂର୍ବଜ ଶ୍ରୀଲଙ୍କାକୁ ସାହାଯ୍ୟ କରିଥିଲେ ବୋଲି କହିଛନ୍ତି ସୌରଭ ।

ଏହି ପାର୍ଟିରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ମୁସଲମାନଙ୍କ ସହ ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅଲ୍ଲୀ ସବାରୀ ଏବଂ ଅନ୍ୟ ଧର୍ମୀୟ ଯାଜକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.