Latest Odisha News

ଏହି ତିନୋଟି ମନ୍ଦିର ଆମକୁ ଶାନ୍ତି ପୂର୍ବକ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି: ଗୋବିନ୍ଦ ଦେବ୍ ଗିରି ମହାରାଜ

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ୍ ଗିରି ମହାରାଜ କାଶୀ, ମଥୁରାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପୁନେରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ସେଠାରେ କହିଛନ୍ତି ଯେ, ଅଯୋଧ୍ୟା ପରେ କାଶୀ, ମଥୁରାର ମନ୍ଦିର ଆମକୁ ଶାନ୍ତିପୂର୍ଣ୍ଣ ଭାବେ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି’ ।

ଗୋବିନ୍ଦ ଦେବ ଗିରି ମହାରାଜଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୁଁ ପ୍ରଥମରୁ ମଧ୍ୟ କହିଛି ଯେ, ଏହି ତିନୋଟି ମନ୍ଦିର ଆମକୁ ଶାନ୍ତି ପୂର୍ବକ ମିଳିଗଲେ ଆମେ ଅନ୍ୟ କୌଣସି ମନ୍ଦିରକୁ ଧ୍ୟାନ ଦେବାକୁ ଇଚ୍ଛା ବି ମଧ୍ୟ ରଖିବୁ ନାହିଁ । କାରଣ ଆମ ମାନଙ୍କୁ ଭବିଷ୍ୟତକୁ ନେଇ ବଞ୍ଚିବାର ଅଛି । ଅତୀତକୁ ନେଇକି ନୁହେଁ । ଦେଶର ଭବିଷ୍ୟତ ଯଦି ଭଲ କରିବାର ଅଛି ତେବେ ବୁଦ୍ଧିମତାର ସହ ଏହି ତିନୋଟି ମନ୍ଦିର ଆମକୁ ଶାନ୍ତିପୂର୍ଣ୍ଣ ଭାବରେ ମିଳିଗଲେ ଆମେ ମାନେ ଅନ୍ୟ ସମସ୍ତ କଥାକୁ ଭୁଲିଯିବୁ ।

ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଏହି ସ୍ଥାନର ଲୋକଙ୍କୁ ସ୍ନେହର ସହ ବୁଝାଯିବ । ଏହି ସମସ୍ତ ସ୍ଥାନକୁ ନେଇ ଗୋଟେ ପ୍ରକାରର କଥା କୁହାଯାଇପାରିବ ନାହିଁ । କିଛି ସ୍ଥାନରେ ବୁଦ୍ଧିମାନର ଲୋକ ଅଛନ୍ତି । କିନ୍ତୁ କିଛି ସ୍ଥାନରେ ବୁଦ୍ଧିମାନର ଲୋକ ନାହାନ୍ତି । ଯେଉଁଠାରେ ଯେପରି ପରିସ୍ଥିତି ରହିବ ସେଠାରେ ସେପରି ଲୋକଙ୍କୁ ବୁଝାଯିବ । କୌଣସି ପରିସ୍ଥିତିରେ ବି ଦେଶରେ ଶାନ୍ତି ଭଙ୍ଗ ହେବାକୁ ଦେବୁନାହିଁ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୫୦୦ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଜାନୁଆରୀ ୨୨ତାରିଖରେ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଏବେ ମନ୍ଦିରର କିଛି ଅଂଶର କାମ ଚାଲୁ ରହିଛି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ ହେବା ନେଇ ସୂଚନା ମିଳିଛି । ସେପଟେ ଜ୍ଞାନବ୍ୟାପି ଏବଂ ମଥୁରା ଶ୍ରୀ କୃଷ୍ଣ ଜନ୍ମସ୍ଥାନ ମାନଲା ଏବେ ମଧ୍ୟ କୋର୍ଟରେ ବିଚରାଧିନ ରହିଛି ।

Comments are closed.