Latest Odisha News

BREAKING NEWS

ଆଜି ଖୋଲିବ ହୀରାକୁଦ ଗେଟ୍ । ଦିନ ୧୧ଟାରେ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲିବ

ଆଜି ଖୋଲିବ ହୀରାକୁଦ ଗେଟ୍ । ଦିନ ୧୧ଟାରେ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲିବ । ପ୍ରଥମେ ୭ନଂ ଗେଟ୍ ଖୋଲାଯିବ । ମହାନଦୀ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା । ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା। ଆଜି ଜଳଭଣ୍ଡାର ଜଳସ୍ତର ୬୧୫ ଫୁଟ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍ ରହିଥିବା ବେ‌ଳେ ଜଳଭଣ୍ଡାରକୁ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ସେହି ସମୟରେ ଜଳଭଣ୍ଡାରରୁ ୩୯ ହଜାର ୧୨୧ କ୍ୟୁସେକ ଜଳ ବିଭିନ୍ନ କେନାଲ ଓ ପାୱାର ଚାନେଲ ଦେଇ ନିଷ୍କାସିତ ହେଉଥିଲା ।

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ ।

Leave A Reply

Your email address will not be published.