Latest Odisha News

BREAKING NEWS

ସବାଙ୍କୁ ବିବାହ କରିବେ ହ୍ରିିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେ ଆସନ୍ତା ନଭେମ୍ବରରେ ଅଭିନେତ୍ରୀ ସବା ଆଜାଦଙ୍କୁ ବିବାହ କରିବେ । ନିକଟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଏକା ସଙ୍ଗରେ ଦେଖିବାକୁ ମିଳିଥିଲା । ଉଭୟ ଡେଟ୍ କରୁଥିବା କଥା ହ୍ରିତିକ ଓ ସବା ସ୍ୱୀକାର କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଖୁଲାସା କରିବା ସହ ଦୁହେଁ ବିବାହ କରିବେ ବୋଲି କହିଛନ୍ତିି ।

BjdElectrycity

ହ୍ରିତିକ ଏବଂ ସବାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ଉଭୟ ଏବେ ପରସ୍ପର ସହ ଖୁସିରେ ଅଛନ୍ତି । ଏକାଠି ଜୀବନ ଉପଭୋଗ କରୁଛନ୍ତି । ଏହି ସମ୍ପର୍କକୁ ଉଭୟଙ୍କ ପରିବାର ମଧ୍ୟ ପସନ୍ଦ କରୁଛନ୍ତି । ହ୍ରିତିକଙ୍କ ପିଲାମାନେ ମଧ୍ୟ ସବାଙ୍କ ସହ ହ୍ରିତିକଙ୍କ ସମ୍ପର୍କକୁ ଗ୍ରହଣ କରିଛନ୍ତି । ସବା, ହ୍ରିତିକ ଏବଂ ତାଙ୍କ ପୁଅମାନଙ୍କ ସହିତ ଛୁଟି କଟାଇବାକୁ ଯାଇଛନ୍ତି ।

Leave A Reply

Your email address will not be published.