Latest Odisha News

BREAKING NEWS

ରଚୀନଙ୍କ ନାମ ସହ ସଚିନ-ଡ୍ରାଭିଡଙ୍କ କିଛି ସମ୍ପର୍କ ନାହିଁ, ଏହା ଏକ ସଂଯୋଗ

ମୁମ୍ବାଇ: ନ୍ୟୁଜିଲାଣ୍ଡର ଉଦୀୟମାନ ତାରକା ରଚୀନ ରବୀନ୍ଦ୍ର ଏବେ ଚଳିତ ବିଶ୍ୱକପ କ୍ରିକେଟରେ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି । ପ୍ରଥମେ ନାମ ଏବଂ ପରେ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମଙ୍ଗଳବାର ରଚୀନଙ୍କ ବାପା ରବି କ୍ରିଷ୍ଣାମୂର୍ତି ଏକ ବଡ ଭ୍ରମ ଦୂର କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ନାମକୁ ମିଶାଇ ରଚୀନ ରଖାଯାଇ ନାହିଁ । ଏହା କେବଳ ଏକ ସଂଯୋଗ । ପୁଅ ଜନ୍ମ ହେଲା ପରେ ମୋ ପତ୍ନୀ ପ୍ରଥମେ ଏହି ନାମ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ଛୋଟ ଥିଲା ଏବଂ ଭଲ ଲାଗିବାରୁ ଏହି ନାମ ରଖା ଯାଇଥିଲା ବୋଲି ସେ କହିଛନ୍ତି । କିଛି ବର୍ଷ ପରେ ଏହା ସଚିନ ଓ ରାହୁଲଙ୍କ ମିଶ୍ରଣ ନାମ ଥିଲା ବୋଲି ଆମେ ହୃଦୟଙ୍ଗମ କରିଥିଲୁ ।

BjdElectrycity

ରଚୀନ କିନ୍ତୁ ତାଙ୍କ ନାମ ରାହୁଲ ଡ୍ରାଭିଡଙ୍କ ଆର ଓ ସଚିନ ତେନ୍ଦୁଲକରଙ୍କ ଚିନକୁ ମିଶାଇ ଦିଆ ଯାଇଥିଲା ବୋଲି କହିଥିଲେ । ତାଙ୍କ ବାପା କ୍ରିକେଟ ପ୍ରିୟ ଓ ସଚିନ ଏବଂ ଡ୍ରାଭିଡଙ୍କ ବହୁତ ବଡ ପ୍ରଶଂସକ ବୋଲି ସେ କହିଥିଲେ । ଏବେ ଏହି ଦ୍ୱନ୍ଦ୍ୱଙ୍କୁ ତାଙ୍କ ବାପା ଦୂର କରି ଦେଇଛନ୍ତି । ରଚୀନ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରି ୯ ମ୍ୟାଚରୁ ୫୬୫ ରନ ସଂଗ୍ରହ କରିଛନ୍ତି । ପଦାର୍ପଣ ବିଶ୍ୱକପରେ ସେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.