Latest Odisha News

BREAKING NEWS

ଦୁଇ ଭାଇଙ୍କ ଉପରେ ଚଢିଗଲା ଲୁହାବୋଝେଇ ଟ୍ରକ : ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥରେ ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଯଦୁପୁର ଗୋଡା ନିକଟରେ ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଟ୍ରକ ଚଢିଯାଇଛି  । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଥିବାବେଳେ ବଡ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ଦୁଇ ଭାଇ ବାଇକ ଯୋଗେ ପାରାଦୀପ ଯାଉଥିଲେ  ।

ହଠାତ୍ ଯଦୁପୁର ନିକଟରେ ଏକ ଲୁହାବୋଝେଇ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ବଡ ଭାଇ ସଞ୍ଜୟ ବାରିକ ରାସ୍ତାକଡକୁ ଛିଟକି ପଡିଥିଲେ । ଏବଂ ସାନଭାଇ ଚିନ୍ମୟ ବାରିକଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଚିନ୍ମୟଙ୍କର ମୃତ୍ୟୁ ଘଟିଥିବାବେଳା ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକଟି ଦ୍ରୁତ ଗତିରେ ପାରାଦୀପ ପଟକୁ ଚାଲିଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.