Latest Odisha News

BREAKING NEWS

ଏସ୍‌ଏସ୍‌ଡି ସ୍କୁଲରେ ନିଯୁକ୍ତି ହେବେ ବହୁଭାଷୀ ଶିକ୍ଷକ

ଭୁବନେଶ୍ୱର: ଏଣିକି ଏସ୍‌ଏସ୍‌ଡି ବିଦ୍ୟାଳୟରେ ନିଯୁକ୍ତି ପାଇବେ ୧୧ ଭାଷାର ବହୁଭାଷୀ ଶିକ୍ଷକ। ଶ୍ରେଣୀଗୃହରେ ବହୁଭାଷୀ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସମସ୍ୟା ସମାଧାନ ଲାଗି ଏହି ପଦକ୍ଷେପ ନିଆଯାଇଛି। ବହୁଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସୁବିଧା ହେବ। ସଉରା, କୁଇ, ଓରାମ, କୋୟା, ବଣ୍ଡା, ମୁଣ୍ଡା, ସାନ୍ତାଳୀ, ଜୁଆଙ୍ଗ, କିଷାନ ଏବଂ କୁଭି ଭାଷା ସହିତ ବର୍ତ୍ତମାନ ହୋ ଭାଷା ଶିକ୍ଷକମାନେ ମଧ୍ୟ ଏସ୍‌ଏସ୍‌ଡି ବିଦ୍ୟାଳୟରେ ବହୁଭାଷୀ ଶିକ୍ଷକ ଭାବେ ନିଯୁକ୍ତି ପାଇବେ। ଏନେଇ ଅନୁସୂଚିତ ଜନଜାତି ଓ ଜାତି ଇନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

BjdElectrycity

ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ବହୁଭାଷୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅନେକ ସମୟରେ ଭାଷାଗତ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ବିଭାଗ ଆଦୀବାସୀ ଭାଷାରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସକ୍ରିୟ ପଦକ୍ଷେପ ନେଇଛି। ବିଭାଗ ଅଧିନରେ ଥିବା ରାଜ୍ୟର ଏସ୍‌ଏସ୍‌ଡି ବିଦ୍ୟାଳୟରେ ଯେଉଁ ଛାତ୍ରଛାତ୍ରୀ ନାମ ଲେଖାନ୍ତି, ସେମାନେ ଭିନ୍ନ ଭିନ୍ନ ଭାଷା ଗୋଷ୍ଠୀ ଏବଂ ବିଭିନ୍ନ ସ୍ତରର ଦକ୍ଷତା ସହିତ ସମ୍ପୃକ୍ତ ଥାନ୍ତି। ସେଠାରେ ଆଦିବାସୀ ଭାଷାକୁ ଯୋଗାଯୋଗର ଧାରା ଭାବରେ ଆନୁକୂଳ କରିବା ପାଇଁ ନିୟୋଜିତ ଶିକ୍ଷକମାନେଙ୍କୁ ତାଲିମ ଯୋଗାଏ।

ଏଭଳି ପଦକ୍ଷେପ ଦ୍ୱାରା ସ୍ୱଦେଶୀ ଭାଷାରେ ଯୋଗାଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ସୁବିଧା ହୁଏ। ଏହାଛଡା ପିଲାଙ୍କ ଆବଶ୍ୟକତା ପୂରଣ ପାଇଁ ଏକ ବହୁଭାଷୀ ଶିକ୍ଷା (ଏମ୍‌ଏଲ୍‌ଇ) ନୀତି କାର୍ଯ୍ୟକାରୀ କରିଛି। ଯାହା ଅଧିନରେ ୨୧ଟି ଦ୍ୱିଭାଷୀ ଏବଂ ତ୍ରିଭାଷୀ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୨୧ଟି ଭାଷା କହୁଥିବା ଆଦିବାସୀ ବାସ କରୁଥିବା ବେଳେ ୭୪ଟି ଉପଭାଷାରେ ଯୋଗାଯୋଗ କରନ୍ତି। ଯାହା ବର୍ତ୍ତମାନ ତିନୋଟି ବ୍ୟାପକ ଭାଷା ପରିବାରରେ ଏକ ଜଟିଳ ଭାଷା ବିବିଧତା ସୃଷ୍ଟି କରିଛି।

Leave A Reply

Your email address will not be published.