Latest Odisha News

BREAKING NEWS

ହକି ଅଲମ୍ପିକ କ୍ୱାଲିଫାୟର୍: ଜାଣନ୍ତୁ, ଭୁବନେଶ୍ୱରର କେଉଁ ରୁଟରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୧ ଓ ୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି ।

ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ୩ଟା ୩୦ମି.ରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

  • ବିଦ୍ୟୁତ୍ ମାର୍ଗରୁ ଶାସ୍ତ୍ରୀ ନଗର ଓ ଜୟଦେବ ବିହାର ଛକ ମଧ୍ୟ ଦେଇ ଅନଧିକୃତ ଗାଡି ଚଳାଚଳ ବନ୍ଦ ରହିବ । ୧୨୦ ବାଟାଲିୟନରୁ ଆସୁଥିବା ଗାଡିଗୁଡିକ ଶାସ୍ତ୍ରୀ ନଗରରୁ ସଚିବାଳୟ ମାର୍ଗରେ ଯିବ ।
  • ବାଣୀବିହାରରୁ ଆସୁଥିବା ଗାଡିଗୁଡିକ ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବ ।
  • କଳିଙ୍ଗ ହସ୍ପିଟାଲକୁ ଯିବାକୁ ଥିବା ଗାଡିଗୁଡିକୁ ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଦେଇ ଦିଗ ପରିବର୍ତ୍ତନ କରାଯିବ ।
Leave A Reply

Your email address will not be published.