Latest Odisha News

BREAKING NEWS

ହକି ବିଶ୍ବକପ୍‌ କ୍ରେଜ୍‌; ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌

ବ୍ରହ୍ମପୁର: ହକି ବିଶ୍ୱକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି। ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବିଜୟ ଏହାକୁ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ହକି ବିଶ୍ବକପ୍‌ ନେଇ ସବୁଆଡ଼େ ଉତ୍ସାହ ଦେଖିବାକୁ ମିଳିଛି। ଏଣୁ ଉଭୟ କଳାକୃତୀ ପ୍ରସ୍ତୁତ କରାଯାଇଥିବା ବିଜୟ କହିଛନ୍ତି। ଚକ ଆର୍ଟ ମାଧ୍ୟମରେ ଦୁଇ ସିଏମ୍ ଉଚ୍ଚତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକୃତି ସହିତ ମାସ୍କଟ୍‌ ଓଲି ପ୍ରତିକୃତି ପ୍ରସ୍ତୁତ କରିଥିବା ବେଳେ ଏକ ସିଏମ୍‌ରେ ପ୍ରସ୍ତୁତ କରିଛନ୍ତି ହକି ବିଶ୍ୱକପ୍‌ର ଟ୍ରଫି।

ରାଜ୍ୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ହେଉଥିବାରୁ ଏହାକୁ ନେଇ ସମସ୍ତେ ଖୁସି ରହିଥିବା ବେଳେ ପେନସିଲ୍ ମୁନ୍‌ରେ ୩୦ ସେଣ୍ଟିମିଟର କାର୍ଭିଙ୍ଗ୍‌ ପ୍ରସ୍ତୁତ କରି ବିଶ୍ୱକପ୍‌ର ଲୋଗୋ ବନାଇଛନ୍ତି। ଚକ୍ ଆର୍ଟ ପାଇଁ ତିନି ଦିନ ସମୟ ଲାଗିଥିବା ବେଳେ ପେନସିଲ୍ ମୁନରେ କାର୍ଭିଙ୍ଗ୍‌ ପାଇଁ ପାଞ୍ଚ ଦିନ ସମୟ ଲାଗିଥିବା କହିଛନ୍ତି ବିଜୟ। ଏହାକୁ ପ୍ରସ୍ତୁତ କରିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ସେ ଆଶା ରଖିଛନ୍ତି।

Leave A Reply

Your email address will not be published.