Latest Odisha News

BREAKING NEWS

ବିଶ୍ୱ ଭେଟେରାନ ଟିଟି ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଓମାନର ମାସ୍କଟଠାରେ ଚଳିତ ମାସ ୧୫ରୁ ୨୧ ପର୍ଯ୍ୟନ୍ତ ବିଶ୍ୱ ଭେଟେରାନ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ୨ଜଣ ହେଲେ ଦେବଦତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ । ଶନିବାର ଏମାନେ ଭୁବନେଶ୍ୱରରୁ ବାହାରି ମୁମ୍ବାଇ ଦେଇ ଓମାନ ଯିବେ । ବିଶ୍ୱର ୧୦୦ରୁ ଊର୍ଦ୍ଧ୍ୱ ଟିମ ଅଂଶଗ୍ରହଣ କରୁଛନ୍ତି । ଦେବଦତ ଓ ତ୍ରୈଲୋକ୍ୟ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରି ଏଥିପାଇଁ ମନୋନୀତ ହୋଇଛନ୍ତି ।

ଭାରତ ପକ୍ଷରୁ ସୁଯୋଗ ପାଇବା ଆମ ପାଇଁ ଗର୍ବର ବିଷୟ । ଭଲ ପ୍ରଦର୍ଶନ ସହ ଦେଶ ଓ ରାଜ୍ୟର ମାନ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିବୁ ବୋଲି ଉଭୟ ଖେଳାଳି କହିଛନ୍ତି ।

Leave A Reply

Your email address will not be published.