Latest Odisha News

BREAKING NEWS

ହକି ବିଶ୍ୱକପ: କ୍ରସ ଓଭରରେ ଖେଳିବେ ୮ଟିମ, କ୍ୱାର୍ଟରକୁ ଉନ୍ନୀତ ହେବେ ୪

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ଯାଉଛି । ୧୬ ଟିମ ମଧ୍ୟରୁ ୪ଟି ଟିମ ଟୁର୍ଣ୍ଣାମେଂଟରୁ ବାହାର ହୋଇ ସାରିଛନ୍ତି । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏବେ ୮ଟି ଟିମ ମଧ୍ୟରେ କ୍ରସ ଓଭର ମ୍ୟାଚ ଖେଳାଯିବ । ଏଥିରୁ ୪ଟି ଟିମ ଉନ୍ନୀତ ହେଲେ କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହେବ । ଜାନୁୟାରୀ ୨୨ରେ ମାଲେସିଆ-ସ୍ପେନ ଓ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିସ ଓଭର ମ୍ୟାଚ ଖେଳାଯିବ । ସେହିପରି ୨୩ରେ ଜର୍ମାନୀ-ଫ୍ରାନ୍ସ ଓ ଆର୍ଜେଂଟିନା-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।

ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ଭାରତ ୨୦୧୦ରେ ଶେଷ ଥର କ୍ୱାର୍ଟର ଫାଇନାଲ ଖେଳିଥିଲା । ଏଥର ଘରୋଇ ପରିବେଶରେ ଭାରତ ବିଜୟୀ ହେବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.