Latest Odisha News

BREAKING NEWS

ପୂଣ୍ୟ ମାର୍ଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ 

ପାପ- ପୂଣ୍ୟ ହେଉଛି, ଜୀବନ ରୂପକ ତରାଜୁର ଗୋଟେ ଗୋଟେ ପଲା । ଗୋଟେ ପଟେ ପାପ ହେଲେ ଅନ୍ୟ ପଟେ ପୂଣ୍ୟ । କେବେ ପାପର ପଲା ଭାରି ତ କେବେ ପୂଣ୍ୟର । କିନ୍ତୁ କୃତକର୍ମର ନିରପେକ୍ଷ ମୂଲ୍ୟାଙ୍କନ ଉପରେ ନିର୍ଦ୍ଧାରିତ ହୁଏ, ଜୀବନ । ଥରେ ଜଣେ ବ୍ୟକ୍ତି ତାର ପରିବାର ସହିତ ତୀର୍ଥ କରିବାକୁ ଯାଇଥିଲେ । ଅନେକ ଦୂର ଯିବା ପରେ ପରିବାରଙ୍କୁ ଶୋଷ ଲାଗିଲା । ପିଲାମାନେ ତୃଷାରେ ବିବ୍ରତ ଏବଂ ବ୍ୟତିବ୍ୟସ୍ତ ହୋଇ ପଡିଲେ । ଏହି ସମୟରେ କ’ଣ କରିବାକୁ ହେବ ସେ ବୁଝି ପାରିଲେ ନାହିଁ । ତେଣୁ ଇଶ୍ୱରଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ ! ଆମର ତୃଷା ମେଣ୍ଟାନ୍ତୁ । ଏହି ସମୟରେ ଜଣେ ସାଧୁ ବୃକ୍ଷ ମୂଳେ ତପ କରୁଥିଲେ । ବ୍ୟକ୍ତି ଜଣକ ସାଧୁଙ୍କ ନିକଟରେ ନିଜର ସମସ୍ୟା କହିଲେ । ସାଧୁ କହିଲେ; ଏଠାରୁ କିଛି ଦୂରରେ ଏକ ନଦୀ ପ୍ରବାହିତ ହେଉଛି । ତୁମେ ସେଠାରୁ ଜଳ ଆଣି ଶୋଷ ମେଣ୍ଟାଇ ପାରିବ । ସାଧୁଙ୍କ କଥା ଶୁଣି ପତ୍ନୀ ଏବଂ ପିଲାମାନଙ୍କୁ ଛାଡି, ପାଣି ଆଣିବାକୁ ଚାଲିଗଲେ । ନଦୀରୁ ପାଣି ନେଇ ଫେରୁଥିବା ବେଳେ ରାସ୍ତାରେ ପାଞ୍ଚ ଜଣ ତୃଷାର୍ତ୍ତ ଦେଖିଲେ । ତୃଷାର୍ତ୍ତମାନଙ୍କୁ ଦେଖି ତାଙ୍କର ଆଞଗା ତରଳି ଗଲା, ସମସ୍ତ ଜଳ ସେମାନଙ୍କୁ ଦେଇ ଦେଲେ । ଏବଂ ପୁନର୍ବାର ଜଳ ଆଣିବାକୁ ଚାଲିଗଲେ । ପୁଣି ନଦୀରୁ ଜଳ ନେଇ ଆସୁଥିଲାବେଳେ, ଆଉ କିଛି ତୃଷାର୍ତ୍ତ ଜଳ ମାଗିଲେ । ପୁଣି ସମସ୍ତଙ୍କୁ ପାଣି ପିଇବାକୁ ଦେଲେ ।

ଏଭଳି ସମାନ ଘଟଣା ବାରମ୍ବାର ଘଟିଲା । ଯେତେବେଳେ ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଆସି ନ ଥିଲେ, ସାଧୁ ଜଣକ କ\’ଣ ହେଲା ବୋଲି ଦେଖି ଆସିଲେ । ଏ ଅବସ୍ଥା ଦେଖି ସାଧୁ
ଜଣକ କହିଲେ – ହେ ପୂଣ୍ୟାଞଗା ! ତୁମେ ବାରମ୍ବାର ନଦୀରୁ ଜଳ ଆଣି ତୃଷାର୍ତ୍ତଙ୍କୁ ଦେଉଛ । ଏଥିରେ ତୁମର ଲାଭ କ’ଣ ହେଲା? ବ୍ୟକ୍ତି ଜଣକ କହିଲେ ; ମୁଁ କ’ଣ ପାଇଲି କ’ଣ
ହରାଇଲି । ସେ ବିଷୟରେ କେବେ ଚିନ୍ତା କରି ନାହିଁ । କିନ୍ତୁ ଏତିକି କହିବି ସ୍ୱାର୍ଥକୁ ଛାଡି, ଧର୍ମ ଅନୁସରଣ କରିଛି । ସାଧୁ କହିଲେ- ତୁମେ ତୁମର କର୍ତ୍ତବ୍ୟ ପାଳନ କରି ନାହଁ । ଏପରି ଧର୍ମ ଅର୍ଜନ କରିବାର ଲାଭ କ’ଣ? ଜଳ ବିନା ତୁମର ପିଲା ଏବଂ ପରିବାର ବଞ୍ଚିତ ହେଲେ, ବରଂ ତୁମେ ଏପରି କରିଥାନ୍ତ… ନଦୀରୁ ଜଳ ଆଣି ଦେବା ପରିବର୍ତ୍ତେ, ତୁମେ ନଦୀ ଦେଖାଇ ଦେଇଥାନ୍ତ । ତୃଷାର୍ତ୍ତମାନେ ନଦୀର ରାସ୍ତା ଦେଖି ତାଙ୍କର ତୃଷା ମେଣ୍ଟାଇବ ସହିତ ଅନ୍ୟ ତୃଷାର୍ତ୍ତ ମାନଙ୍କୁ ବାଟ ଦେଖାଇ ଥାଆନ୍ତି । ତେଣୁ ନିଜ କର୍ତ୍ତବ୍ୟ ପାଳନ ସହିତ ଅନ୍ୟମାନଙ୍କୁ ଭଲ ମାର୍ଗ ଦେଖାଇବା ଉଚିତ୍ । ଏହା ହିଁ ହେଉଛି ଭଗବାନଙ୍କ ପୂଣ୍ୟ ମାର୍ଗ ।

Leave A Reply

Your email address will not be published.