Latest Odisha News

BREAKING NEWS

Rath Yatra Duty:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି।  ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।  ପରିବାରର ଜଣଙ୍କୁ ଚାକିରି ଦିଆଯିବା ନେଇ ବି ନିଷ୍ପତ୍ତି ହୋଇଛି।

କେନ୍ଦୁଝର ଜିଲ୍ଲାରୁ ୫୦ ଜଣିଆ ହୋମଗାର୍ଡ ଦଳ ରଥଯାତ୍ରା ଡିଉଟି ପାଇଁ ପୁରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଦୀପ ମହାନ୍ତ ମଧ୍ୟ ଥିଲେ। ରାତି ୧୦ଟା ସମୟରେ ସେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏକ କୋଠରୀରେ ସାଥୀମାନଙ୍କ ସହ ଶୋଇଥିଲେ। ହଠାତ ମଝି ରାତିରେ ସେ ଉଠି ବାନ୍ତି କରିଥିଲେ । ତାଙ୍କ ପାଟିରୁ ଧଳା ରଙ୍ଗର ଫେଣ ବାହାରୁଥିବା ଦେଖିଥିଲେ ସାଥୀମାନେ। ତୁରନ୍ତ ସାଥୀମାନେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସେ ପ୍ରାଣ ହରେଇଥିଲେ ।

 

ହୋମଗାର୍ଡଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପଟେ ଘଟଣାସ୍ଥଳରେ ସାପ କାମୁଡ଼ାହୋଇଥିବା ନେଇ ଚର୍ଚ୍ଚା ହେଉଛି।

ସୂଚନା ପାଇବା ପରେ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply

Your email address will not be published.