Latest Odisha News

BREAKING NEWS

ଚର୍ମରୋଗ ପାଇଁ ଚିନ୍ତିତ ଥିଲେ , ଆପଣନ୍ତୁ ଏହି ଘରୋଇ ଉପଚାର

ବେଳେବେଳେ ଅନେକ ଔଷଧ ଖାଇବା ପରେ ମଧ୍ୟ ଚର୍ମ ରୋଗ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳେ ନାହିଁ। ତେବେ କିଛି ଘରୋଇ ଆପଣାଇବା ଦ୍ବାରା ଏସବୁ ଚର୍ମରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ। ଜାଣନ୍ତୁ କଣ ସବୁ ଏହି ଘରୋଇ ଉପଚାର

ହଳଦୀ- ହଳଦୀ କେବଳ କାଛୁ କୁଣ୍ଡିଆ ନୁହଁ ଏହା ସହ ତ୍ବଚା ସମ୍ବନ୍ଧିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରେ। ହଳଦୀ ଚର୍ମରୋଗକୁ ତୁରନ୍ତ ଠିକ୍ କରିଥାଏ।

ନିମ- ନିମ ତେଲକୁ ଘିକୁଆଁରୀ ରସ ସହ ମିଶାଇ କାଛୁ କୁଣ୍ଡିଆରେ ଲଗାଇଲେ ଏହା ଠିକ୍ ହୋଇଯାଏ। ପ୍ରତି ଦିନ ଏହି ପ୍ରକ୍ରିୟା କରିଲେ ଶୀଘ୍ର ଏହି ସମସ୍ୟା ଦୂର ହୋଇଥାଏ।

ରସୁଣ- ରସୁଣରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ରସୁଣକୁ କାଛୁକୁଣ୍ଡିଆ ଉପରେ ଲଗାଇଲେ ଏହା ଧିରେ ଧିରେ ଠିକ୍ ହୋଇଥାଏ। ସମସ୍ୟାର ସମାଧାନ ନହେଲା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା କରିଲେ କାଛୁ କୁଣ୍ଡିଆରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିଥାଏ।

ସେଓ ରସ- ସେଓ ରସରେ ଏଣ୍ଟିମାଇକ୍ରୋବିଆଲ ଗୁଣ ଥାଏ। ଏହା ତ୍ବଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା କାଛୁ କୁଣ୍ଡିଆ ସହ ଅନ୍ୟାନ ସଂକ୍ରମଣରୁ ମଧ୍ୟ ମୁକ୍ତି ଦେଇଥାଏ।

Comments are closed.