Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ୪୭୦୦ କୋଟିର ୪ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ୪ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଳଦିଆରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୬ ବର୍ଷ ପୂର୍ବରୁ ବିକାଶର ପଛରେ ଥିବା ପୂର୍ବ ଭାରତର ନାଗରିକଙ୍କ ଜୀବନ ଓ ବ୍ୟବସାୟ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ପୂର୍ବାଞ୍ଚଳରେ ଗ୍ୟାସ ସଂଯୋଗ ସମେତ ରେଳ, ରାଜପଥ, ଜାହାଜ, ବିମାନ ସେବା ସହ ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି ।

ପୂର୍ବାଞ୍ଚଳରେ ଗ୍ୟାସ ସଂଯୋଗକୁ ସଶକ୍ତ କରିବା ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ଏହା ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତରେ ଇଜ୍ ଅଫ୍ ଡୁଇଂ ଏବଂ ଇଜ୍ ଅଫ୍ ଲିଭିଂରେ ସର୍ବୋତ୍ତମ ହେବ । ହଳଦିଆଠାରେ ଲୋକାର୍ପିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ୟୁପି ଓ ଉତ୍ତର ପଶ୍ଚିମର କୋଟି କୋଟି ପରିବାର ସୁବିଧା ପାଇବେ । ଏହି କ୍ଷେତ୍ରର ୨ କୋଟି ଓ ଉଜ୍ବଳା ଯୋଜନାରେ ପ୍ରାୟ ୧ କୋଟି ହିତାଧିକାରୀ ଲାଭବାନ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ୨୩ ଜିଲ୍ଲାରୁ ୧୧ ଜିଲ୍ଲାରେ ପାଇପ୍ ଯୋଗେ ଗ୍ୟାସ ପହଞ୍ଚିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.