Latest Odisha News

BREAKING NEWS

ଆସିଲା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ର ଆସିଲା ଫଷ୍ଟାଲୁକ୍ । ଏହାକୁ ପ୍ରଭାସ ନିଜେ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଦେଖିଲେ ଲାଗୁଜି ଫିଲ୍ମଟି ଧାର୍ମିକ କଥା ବସ୍ତୁ ଉପରେ ଆଧାରିତ ହୋଇଥାଇପାରେ । ନିର୍ଦ୍ଦେଶକ ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ପ୍ରଭାସଙ୍କୁ ଆଦି ପୁରୁଷ ଭୂମିକାରେ ଦେଖିବାକୁ ମିଳିପାରେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମରେ ପ୍ରଭାସଙ୍କ ଲୁକ୍ ସାମ୍ନାକୁ ଆସିନାହିଁ । ଫିଲ୍ମରେ ଭୂଷଣ କୁମାର ପ୍ରଯୋଜନା ଦେବେ । ଏହି ଫିଲ୍ମ ୨୦୨୨ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି । ପୋଷ୍ଟର ସେୟାର କରି ପ୍ରଭାସ ଲେଖିଛନ୍ତି ‘ଅଧର୍ମ ଉପରେ ଧର୍ମକୁ ପାଳନ କରୁଛି’ । ଆଦିପୁରୁଷର ପୋଷ୍ଟର ଦେଖିଲେ ଲାଗୁଛି ଯେ, ଏହାର କାହାଣୀ ରାମାୟଣ ସହ ଜଡିତ ହେବ । ଏହି ପୋଷ୍ଟରରେ ଶ୍ରୀ ହନୁମାନ, ୧୦ ମୁଣ୍ଡ ଥିବା ରାବଣ ଓ ପ୍ରଭୁ ରାମ ଧନୁ ଧରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.