Latest Odisha News

BREAKING NEWS

ବିିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୩୪ ମୃତ

ପାଟନା : ବିିଷାକ୍ତ ମଦ ନେଉଛି ଜୀବନ । ବିହାରର ଗୋପାଳଗଂଜ ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଗତ ୧୫ ଦିନ ଭିତରେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ତେହୁଆ ଗାଁରେ ଗୁରୁବାର ଦିନ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଂଜରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି।

ଚୋରା ମଦ ବେପାର ବଢ଼ୁଥିବାରୁ ଏପରି ଘଟଣା ଘଟୁଛି ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୋଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଚୋରା ମଦ ବେପାର ରୋକିବାକୁ ଆଦେଶ ଦେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ ମୃତ୍ୟୁର ସମୀକ୍ଷା କରିବା ପାଇଁ ଏକ ବୈଠକ ଡାକିଛନ୍ତି।

ଏହି ଘଟଣା ପରେ ପୁଲିସ ପ୍ରଶାସନ ତତ୍ପରତାର ସହ ଉଭୟ ଜିଲ୍ଲାର ଶତାଧିକ ସ୍ଥାନରେ ଚଢ଼ଉ କରିଛି ଏବଂ ୬୦ ଜଣଙ୍କୁ ଗିରଫ କରାଯାଇଛି। ବିହାର ମନ୍ତ୍ରୀ ଜନକ ରାମ ଗୋପାଳଗଂଜ ଯାଇ ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି।ଅନ୍ୟପକ୍ଷରେ ବିହାର ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ଆର୍ଜେଡି ସରକାରକୁ ଘେରିଛି।

 

 

Comments are closed.