Latest Odisha News

BREAKING NEWS

କ୍ରମାଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ହୋଇଛି ଚାମ୍ପିୟନ

ଅହମ୍ମଦାବାଦ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ହେବ । ୨୦୧୧, ୨୦୧୫ ଓ ୨୦୧୯ରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିବାରୁ ଭାରତ ଆଶା ମଜଭୁତ ହୋଇଛି । ୨୦୧୧ରେ ଭାରତ, ୧୫ରେ ଅଷ୍ଟ୍ରେଲିଆ ଓ ୧୯ରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲେ । ୧୨ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁନର୍ବାର ବିଶ୍ୱକପ ଫାଇନାଲରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ।

ବିଶ୍ୱକପର ୪୮ ବର୍ଷ ଇତିହାସରେ ଦ୍ୱିତୀୟ ଥର ପାଇଁ ୨ଟି ଦେଶ ୨ ଥର ଫାଇନାଲରେ ପରସ୍ପରକୁ ଭେଟିବେ । ୧୯୯୬ ଓ ୨୦୦୭ରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ହୋଇଥିଲା । ବିଶ୍ୱକପରେ ୫ମ ଥର ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୨୦୧୫ ଓ ୧୯ ବିଶ୍ୱକପରେ ଭାରତ ବିପକ୍ଷରେ ୧୦୫ ଓ ୬୯ ରନର ଇନିଂସ ଖେଳିଥିଲେ ।

Leave A Reply

Your email address will not be published.