Latest Odisha News

BREAKING NEWS

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  ।

ତେବେ କେଉଁ କାରଣ ପାଇଁ ରୁଚିସ୍ମିତା ଏପରି ପଦକ୍ଷେପ ନେଲେ ? କାରଣ କଣ ହୋଇଥାପାରେ ? ଆତ୍ମହତ୍ୟା ପୂର୍ବରୁ ରୁଚିସ୍ମିତାଙ୍କର କାହା ସହ କୌଣସି ବଚସା ହୋଇଥିଲା କି ? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି ।

ଅନ୍ୟପଟେ ରୁଚିସ୍ମିତାଙ୍କ ବାପା ଗଣମାଧ୍ୟମରେ କହିଛନ୍ତି, ରୁଚିକା ଡିପ୍ରେସନ ମଧ୍ୟରେ ରହିଥିଲେ । ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି  ।

 

 

View this post on Instagram

 

A post shared by Ruchismita Guru (@ruchismita_cerelac)

ସୂଚନା ଅନୁଯାୟୀ, ବଲାଙ୍ଗିର ସହରର ତାଲପାଲିପଡ଼ାରେ ରୁଚିସ୍ମିତାଙ୍କ ଘର । ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କାହିଁକି ଆତ୍ମହତ୍ୟା କଲେ ଏନେଇ ତଦନ୍ତ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା । ଏଥିସହ ଅନେକ ଆଲବମ୍‌ରେ ଗୀତ ବି ଗାଇଛନ୍ତି ।

 

Leave A Reply

Your email address will not be published.