Latest Odisha News

ପାକିସ୍ତାନରୁ ସୀମା ହାଇଦରଙ୍କୁ ଧମକ- ‘ପିଲାଙ୍କୁ ଫେରାଇ ଦିଅ କିନ୍ତୁ ନିଜେ ଫେରିବା କଥା ଭୁଲିଯାଅ’

ନୂଆଦିଲ୍ଲୀ: ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ ସମ୍ପର୍କ ଏବେ ଜାତୀୟ ଖବରର ବେଶ ଚର୍ଚ୍ଚାର ବିଷୟ ହୋଇଛି । ସୀମାଙ୍କ କହିବାଅନୁଯାୟୀ ସେ ନଏଡାର ସଚିଙ୍କୁ ବିବାହ କରିଛନ୍ତି ଏବଂ ନିଜର ଧର୍ମ ପରିବର୍ତ୍ତନ ବି କରି ଦେଇଛନ୍ତିି । ଏବେ ସେ ପାକିସ୍ତାନ ଯିବାକୁ ଚାହୁଁନାହାନ୍ତି । ଏପଟେ ସୀମାଙ୍କ ପୂର୍ବ ସ୍‌:ାମୀ ଗୁଲାମ ହାଇଦର ଭିଡିଓ ଜାରି କରି ଭାରତ ସରକାରଙ୍କୁ ନିବେଦନ କରିଛନ୍ତି, ସୀମା ଓ ତାଙ୍କ ଚାରି ପିଲାଙ୍କୁ ପାକିସ୍ତାନ ପଠାଇ ଦେବାପାଇଁ ।
ଇତି ମଧ୍ୟରେ ପାକିସ୍ତାନରେ ସୀମାଙ୍କ ପଡୋଶୀ ଏବଂ ସମ୍ପର୍କୀୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେମାନେ ଏକପ୍ରକାର ଧମକ ଦେଇ କହିଛନ୍ତି, ସୀମା ଏଠାକୁ ନ ଆସିବା ହିଁ ଭଲ । ତାଙ୍କ ପ୍ରତି ଲୋକଙ୍କ ମନରେ ଖୁବ କ୍ରୋଧ ଭରି ରହିଛି ।
ଋପୋର୍ଟ ଅନୁସାରେ ସୀମା ପାକିସ୍ତାନର ଯେଉଁ ଘରେ ଗତ ୩ ବର୍ଷ ଧରି ରହୁଥିଲା, ସେହି ଘରର ମାଲିକଙ୍କ କହିବା ଅନୁଯାୟୀ, ସୀମା ପାକିସ୍ତାନ ଆସିବା ଠିକ ହେବନି । ତେବେ ସେ ନିଜ ପିଲାଙ୍କୁ ପାକିସ୍ତାନ ପଠାଇ ଦେବା ଉଚିତ ।
ପାକିସ୍ତାନର ସୀମାଙ୍କର ଜଣେ ପଡୋଶୀ ଜମାଲ ଜଖରାନୀ କହିଛନ୍ତି, ଦିନେ ସୀମା ଏକ ଟାକ୍ସି ଡାକିଲା । ପିଲାମାନଙ୍କୁ ବସାଇଲା । କିଛି ବ୍ୟାଗ ପତ୍ର ଧରି ଟାକ୍ସିରେ ପଳାଇଲା । ଆଖପାଖ ଲୋକେ ଭାବିଥିଲେ ସୀମା ତାଙ୍କ ଗାଁକୁ ଯାଉଛନ୍ତି । ଦୀର୍ଘ ଏକମାସ ପରେ ଟିଭି ଚାନେଲରୁ ତାଙ୍କ ବିଷୟରେ ଜାଣିବାକୁ ମିଳିଥିଲା ।
ସୀମା-ଗୁଲାମ ଏବଂ ଜମାଲ ଗୋଟିଏ ଜନଜାତିର । ଜମାଲଙ୍କ କହିବା ଅନୁଯାୟୀ, ସୀମା ପାକିସ୍ତାନ ଆସିବା ଫେରିବା କଥା ଭୁଲି ଯିବା ଉଚିତ । କାରଣ ସେ ଏଠାକୁ ଆସିଲେ ତାଙ୍କ ଜନଜାତି କେବେ କ୍ଷମା କରିବେନି । କାରଣ ଜଣେ ହିନ୍ଦୁ ସହ ତାଙ୍କର ସମ୍ପର୍କକୁ ଏଠାରେ କେହି ଗ୍ରହଣ କରିବେ ନାହିଁ ।
ସେତିକି ନୁହେଁ, ପାକିସ୍ତାନର ଜଣେ ଧାର୍ମିକ ନେତା ପାକିସ୍ତାନ ଫେରିଲେ ତାଙ୍କୁ ଦଣ୍ଡିତ କରିବା ପାଇଁ ଧମକ ଦେଇଛନ୍ତି । ଅନ୍ୟପକ୍ଷେ ସୀମାଙ୍କ ଗାଁରେ ହିନ୍ଦୁ ପୂଜାସ୍ଥଳରେ କିଛି ବ୍ୟକ୍ତି ଆକ୍ରମଣ କରିବା ପାଇଁ ଧମକ ଦେଉଛନ୍ତି ।

Leave A Reply

Your email address will not be published.