ନୂଆଦିଲ୍ଲୀ: ମହାକାଶରେ ଦୀର୍ଘ ମାସ ଧରି ଫସି ରହିଛନ୍ତି ଆଷ୍ଟ୍ରୋନଟ୍ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ। ଖାସକରି ମହାକାଶଚାରୀମାନେ ବର୍ତ୍ତମାନ ସମୟରେ ତିନିରୁ ଆଠ ମାସ ଧରି ମହାକାଶରେ ରହିବା ସହ ସେଠାରେ ଶୋଇବା, ଖାଇବା ଓ ବ୍ୟାୟାମ ମଧ୍ଯ କରୁଛନ୍ତି।
ଏହାରି ମଧ୍ୟରେ ମନରେ ପ୍ରଶ୍ନ ଆସେ ଯେ ମହାକାଶରେ କିଭଳି ସଫା ହୁଏ ଆଷ୍ଟ୍ରୋନଟଙ୍କ ପୋଷାକ। ତାଙ୍କୁ ପୋଷାକ ସଫା କରିବାର ଆବଶ୍ୟକତା ପଡେକି ନାହିଁ? ଯଦି ପଡୁଥାଏ ତେବେ କେଉଁଠୁ ଆସେ ଏତେ ପାଣି ? ଆସନ୍ତୁ ଜାଣିବା…
ମହାକାଶଚାରୀମାନଙ୍କର ଭିତର ପୋଷାକ ଝାଳ ଯୋଗୁଁ ଖୁବଶୀଘ୍ର ଖରାପ ହୋଇଯାଏ। ମହାକାଶରେ ପାଣି ନଥିବାରୁ ସେଠାରେ କପଡା ଧୋଇବା ମଧ୍ଯ ସମ୍ଭବପର ହୋଇନଥାଏ ତେଣୁ ସେମାନେ ନିଜ ସାଙ୍ଗରେ ନିଜର ପୋଷାକ ବହନ କରିଥାନ୍ତି। ଏପରିକି ମହାକାଶଚାରୀ ମାନେ ଯେଉଁ ପାଣି ପିଇଥାନ୍ତି ସେହି ଜଳକୁ ମଧ୍ଯ ବାରମ୍ବାର ସଫା କରିବାକୁ ପଡିଥାଏ।
ଯଦିଓ ବର୍ତ୍ତମାନ ମହାକାଶଚାରୀମାନେ ମହାକାଶରେ ଅଧିକ ସମୟ ରହିବା ଆରମ୍ଭ କଲେଣି ତଥାପି ସେମାନଙ୍କୁ ନିଜର ସାମଗ୍ରୀ ସହିତ ପୋଷାକ ମଧ୍ଯ ବହନ କରିବାକୁ ପଡିଥାଏ ଓ ସମୟ ସମୟରେ ସେଗୁଡ଼ିକୁ ପରିବର୍ତ୍ତନ ମଧ୍ଯ କରିବାକୁ ପଡିଥାଏ। ଏକ କାର୍ଗୋ ଯାନ ଦ୍ୱାରା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସାମଗ୍ରୀ ବହନ ଓ ମହାକାଶଚାରୀଙ୍କ ପାଇଁ ପୋଷାକ ମଧ୍ଯ ବହନ କରାଯାଇଥାଏ।
ମହାକାଶଚାରୀମାନେ ଗୋଟିଏ ପୋଷାକକୁ କିଛି ଦିନ କିମ୍ବା କିଛି ସପ୍ତାହ ପର୍ଯ୍ୟନ୍ତ ମଧ୍ଯ ବ୍ୟବହାର କରିଥାନ୍ତି। କାରଣ ସେଠାରେ ପୃଥିବୀ ପରି ଧୂଳି ନଥାଏ ତେଣୁ ପୋଷାକ ମଇଳା ହୁଏ ନାହିଁ। ଏହା ବ୍ୟତୀତ ମହାକାଶରେ ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ଥାଏ ଯାହାଫଳରେ ଶରୀରରୁ ଝାଳ ମଧ୍ଯ ଅଳ୍ପ ବାହାରିଥାଏ।
ସ୍ପେଶ ଷ୍ଟେସନରେ ମାଇକ୍ରୋଗ୍ରାଭିଟି ଯୋଗୁଁ ସେଠାରେ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡେ ନାହିଁ କିନ୍ତୁ ଷ୍ଟେସନରେ ପହଞ୍ଚିବା ପରେ ମାଇକ୍ରୋଗ୍ରାଭିଟି ଯୋଗୁଁ ମହାକାଶଚାରୀମାନଙ୍କୁ ବହୁତ ବ୍ୟାୟାମ କରିବାକୁ ପଡ଼େ ଯାହାଫଳରେ ବହୁତ ଝାଳ ବୋହିଥାଏ। ତେଣୁ ହୁଏତ ପୋଷାକ ମଇଳା ହୋଇପାରେ। ତେବେ ସେଠାରେ ଗୋଟିଏ ପୋଷାକ କିଛି ଦିନ ପର୍ଯ୍ୟନ୍ତ ପିନ୍ଧାଯାଇପାରେ କିନ୍ତୁ ବେଶି ଦିନ ନୁହେଁ।ତେବେ ଯେତେବେଳେ ମହାକାଶଚାରୀମାନେ ଯେଉଁ ପୋଷାକ ବଦଳାଇଥାନ୍ତି ସେହି ପୋଷାକ ଗୁଡିକ ଷ୍ଟେସନରେ ହିଁ ଜମା ହୋଇରହିଥାଏ। ସାଧାରଣତଃ ପୋଷାକ ପୃଥିବୀକୁ ନେଇ ଏହାକୁ ପୁନର୍ବାର ବ୍ୟବହାରଯୋଗ୍ୟ କରାଯାଏ।
Comments are closed.