ଭୁବନେଶ୍ୱର: ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମଉନା ରହିବା ।
“ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରହିଯାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି ଭିତରକୁ ପ୍ରବେଶ କରେନାହିଁ ସେହି ଅବସ୍ଥାକୁ ଧ୍ୟାନ କୁହାଯାଏ” । “ଅର୍ଥାତ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଥିବା ଧାରଣା ଯେବେ ସତତ ପ୍ରବାହିତ ହୁଏ ତାକୁ ଧ୍ୟାନ କୁହାଯାଏ” । ଧାରଣାରେ ଆମର ଯେଉଁ ବିନ୍ଦୁରେ ଏକାଗ୍ରତା ଆସିଥାଏ ଧ୍ୟାନରେ ତାହା ମଧ୍ୟ ଅପସରି ଯାଏ।
ଧ୍ୟାନ ହେଉଛି ବିଚାର ବା କ୍ରିୟାମୁକ୍ତ ହୋଇଯିବା । ଧୀରେ ଧୀରେ ଯେତେବେଳେ ଧ୍ୟାନ ଗଭୀର ହୋଇଯାଏ ବ୍ୟକ୍ତି ହିମାଚଳ ପରି ନିଶ୍ଚଳ ହୋଇଯାଏ । ଧ୍ୟାନରେ ଇନ୍ଦ୍ରିୟମାନ ମନ ସହିତ ବିଲୀନ ହେବାକୁ ଲାଗନ୍ତି,ମନ ବୁଦ୍ଧି ସହିତ ବୁଦ୍ଧି ଆତ୍ମା ଭିତରେ ବିଲୀନ ହେବାକୁ ଲାଗେ ।
ଏପରି ବି ବୁଝାଯାଇପାରେ ଯେ ଯଦି ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତସ୍ଥଳରେ ମଧ୍ୟ ପଡେ,ଅନ୍ତସ୍ଥଳରେ କୌଣସି ସମସ୍ଯା ହେଲେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ । ଯେମିତି ଯଦି କୌଣସି ବଡ ପୋଖରୀ ମଧ୍ୟକୁ ଏକ ପଥର ପକାଯାଏ ତାହା ଦ୍ଵାରା ଯେଉଁ ତରଙ୍ଗ ସୃଷ୍ଟି ହୁଏ , ସବୁ ତରଙ୍ଗ ଖେଳେଇ ହୋଇ ଆସି କୂଳରେ ଧକ୍କା ଖାଏ,ବେଳେବେଳେ ତାହା ସେଇ କେନ୍ଦ୍ରସ୍ଥଳକୁ ମଧ୍ୟ ଫେରିଆସେ । ଠିକ ସେହିପରି ଯଦି ମଣିଷ ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତଃସ୍ଥଳ,ମନ ଏବଂ ଆତ୍ମା ଉପରେ ପଡେ,ଯଦି ମନ ବା ଆତ୍ମା କୌଣସି ପରିବର୍ତ୍ତନ ଆସେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ।
ଶରୀରରେ ଯେଉଁ ରୋଗ ହୁଏ ତାହା ତ ଔଷଧ ଦ୍ଵାରା ଭଲ ହୋଇଯାଏ କିନ୍ତୁ ଯାହା ଅନ୍ତଃକାରଣରେ ହୁଏ ତାହା ତ ଔଷଧ ଦ୍ଵାରା ଭଲ ହୋଇ ପାରିବ ନାହିଁ ।
ପ୍ରକୃତିକ ଚିକିତ୍ସାର ଦଶଟି ମୂଳତତ୍ତ୍ଵ ମଧ୍ୟରୁ ଗୋଟିଏ ସିଦ୍ଧାନ୍ତ ହେଉଛି କୌଣସି ଚିକିତ୍ସା ଆତ୍ମା,ମନ ଏବଂ ଶରୀର ଉଭୟଙ୍କ ପାଇଁ ହେବା ଉଚିତ । ସେତେବେଳେ ମନରେ ପ୍ରଶ୍ନ ଉଠେ ଯେ କାହା ଦ୍ଵାରା ଏପରି ଚିକିତ୍ସା କରାଯାଇ ପାରିବ ।ତେଣୁ ଏପରି ଚିକିତ୍ସାର ଏକମାତ୍ର ଔଷଧ ହେଉଛି ଧ୍ୟାନ ।
ତେଣୁ ଏଠାରେ କୁହାଯାଇ ପାରେ ଯେ ଯଦି ମଣିଷ ସଂପୂର୍ଣ୍ଣ ସୁସ୍ଥ ରହିବାକୁ ଚାହେଁ ତେବେ ଔଷଧ ସହିତ ଧ୍ୟାନ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଛି ।
Comments are closed.