Latest Odisha News

BREAKING NEWS

ଆଜିଠୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ପୂର୍ବରୁ ସ୍ଥିର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା ପରେ ମଙ୍ଗଳାଆରତୀ ହୋଇଥିଲା । ଏହାପରେ ଚାଲିଛି ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି । ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଆଦି ନୀତି କରାଯିବ ।

ପରମ୍ପରା ଅନୁସାରେ, ଆଜିର ଦିନରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ପବିତ୍ର କାର୍ତ୍ତିକ ମାସରେ ପୁରୀକୁ ହବିଷ୍ୟାଳିମାନେ ଆସିଥାଆନ୍ତି । କାର୍ତ୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୁଏ । ବିଶ୍ୱାସ ରହିଛି ଏହି ମାସରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ ।

ଏବର୍ଷ କରୋନା କଟକଣା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ବ୍ରତ ପାଇଁ ପୁରୀକୁ ହବିଷ୍ୟାଳିଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.