ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଏବେ ଏହି ଅନୁବ୍ରବେଶକାରୀ ବାଂଲାଦେଶୀଙ୍କ ସଂଖ୍ୟା ୩୭୪୦ରେ ପହଞ୍ଚିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ।
ସେ କହିଛନ୍ତି, ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଛି। ଏବେ ଏହି ସଂଖ୍ୟା ୩୭୪୦ରେ ପହଞ୍ଚିଛି। ଏମାନଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟ ଏ ନେଇ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ବିଭିନ୍ନ ସମୟରେ ଆସିଛି । ଏହି ଅନୁପ୍ରବେଶକାରୀ ମାନେ ଏବେ ବରଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ଭୁବନେଶ୍ୱର ୟୁପିଡେର ରହୁଛନ୍ତି । ଏହାରି ଭିତରେ ୧୭୧୧ ଜଣ ବାଂଲାଦେଶୀ ଙ୍କୁ ଦେଶାନ୍ତର ନୋଟିସ ହୋଇଛି । ସେମାନଙ୍କ ମଧ୍ୟରୁ ୨୧ ଜଣ ଦେଶାନ୍ତର କରାଯାଇଛି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଏବେ ଅନୁପ୍ରବେଶକାରୀଙ୍କ ପ୍ରବେଶ ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବେଆଇନ ଭାବେ ଆସି ଏଠାରେ ଜନବସତି ସ୍ଥାପନ କରୁଛନ୍ତି। ଯାହା ବିଭିନ୍ନ ସମୟରେ ଦେଶକୁ ଅଡୁଆରେ ପକାଉଛି। ନିକଟରେ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଆଇନ ବା ସିଏଏ ଆଣିଛନ୍ତି। କିନ୍ତୁ ଏହା ରାଜନୈତିକ ବିରୋଧ ଏବଂ ବିଭିନ୍ନ ରାଜ୍ୟରେ ବିରୋଧୀ ଦଳ ସରକାରରେ ବସିଥିବାରୁ ଏଯାବତ ଲାଗୁ ହୋଇପାରିନି।
Comments are closed.