Latest Odisha News

BREAKING NEWS

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା ।

ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗେ। କାରଣ ଏଥିରେ ବହୁତ ପରିମାଣରେ ତେଲ ବ୍ୟବହାର ହୁଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ବ୍ୟତୀତ ଉଚ୍ଚ ରକ୍ତ ଚାପ ହେବା ସହ ହୃଦୟ ଏବଂ ଯକୃତ ଜନିତ ସମସ୍ୟାକୁ ମଧ୍ୟ ବଢାଇଥାଏ। ତେଣୁ ଏକ ନିର୍ଦ୍ଦିଷ୍ଟ ପରିମାଣର ତେଲ ବ୍ୟବହାର କରିବା ଉଚିତ୍। ଏହା କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ ବରଂ ଶରୀରକୁ ସୁସ୍ଥ ରଖେ। ଏହି କାରଣରୁ ଖାଦ୍ୟରେ ତେଲର ପରିମାଣକୁ ନିୟନ୍ତ୍ରଣ କରାଯିବା ଉଚିତ୍।

ଯଦି ଆପଣ ବିଶୋଧିତ ତେଲ ବ୍ୟବହାର କରୁଛନ୍ତି, ତେବେ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଜରୁରୀ। ଏକ ସୁସ୍ଥ ଶରୀର ପାଇଁ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଚର୍ମ, କେଶ ଏବଂ ହାଡକୁ ସୁସ୍ଥ ବଜାୟ ରଖିବାରେ ସାହାଯ୍ୟ କରେ। ଏକ ରିସର୍ଚ୍ଚ ଅନୁଯାୟୀ, ସୁସ୍ଥ ଶରୀର ପାଇଁ ଦୈନିକ 3 ରୁ 4 ଚାମଚ ରିଫାଇନ ତେଲ ଖାଇ ପାରିବେ।

ଦୈନିକ 20 ଗ୍ରାମରୁ ଅଧିକ ତେଲ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଯଦି କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଥାଏ ତେବେ ତେଲର ପରିମାଣ ହ୍ରାସ କରିପାରିବେ। 2 ଟି ବଡ଼ ଚାମଚ ତେଲ ବ୍ୟବାହର କରିବା ଦ୍ୱାରା ଶରୀରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପାଇପାରେ। ବଡ଼ ବଡ଼ ଡାକ୍ତର ମଧ୍ୟ ଦୈନିକ ଅତି କମ ତେଲ ସେବନ କରିବାକୁ ପରାମର୍ଶ ଦିଅନ୍ତି। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ସାଲାଡର ସ୍ୱାଦ ବଢାଇବା ପାଇଁ ସେଥିରେ ତେଲ ଡ୍ରେସିଂ କରିବା ଅନୁଚିତ୍।

Leave A Reply

Your email address will not be published.