Latest Odisha News

ଏବେ ହ୍ଵାଟସ୍ଆପରେ କରନ୍ତୁ ଗ୍ୟାସ୍ ବୁକିଂ, ଜାଣନ୍ତୁ କିପରି

ଭୁବନେଶ୍ଵର: ସାଧାରଣତଃ ଆମେ ମାନେ ହ୍ଵାଟସ୍ଆପରେ ପ୍ରିୟଜନଙ୍କ ସହ ଚାଟିଂ କରିଥାଉ । ଏହା ସାହାର୍ଯ୍ୟରେ ଫଟୋ, ଭିଡିଓ, ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ ମଧ୍ୟ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ସହଜରେ ପଠାଇଥାଉ । ଏପରିକି ଦ୍ଵାଟସ୍ଆପ ମଧ୍ୟମରେ ଅଡିଓ କଲ୍, ଭିଡିଓ କଲ୍ ଏପରିକି ଟଙ୍କା ନେଣଦେଣ ମଧ୍ୟ ହୋଇପାରୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଆଉ ଏକ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଅତି ସହଜରେ ହ୍ବାଟସ୍ଆପ ମାଧ୍ୟମରେ କରିପାରିବେ । ଆଜ୍ଞା ହଁ ଏବେ ଆପଣ ହ୍ଵାଟସଆପ୍ ମାଧ୍ୟମରେ ଗ୍ୟାସ୍ ବୁକିଂ ମଧ୍ୟ କରିପାରିବେ । ଭାରତରେ କୋଟି କୋଟି ଲୋକ ହ୍ବଟସ୍ଆପ୍ ବ୍ୟବହାର କରୁଛନ୍ତି, ତେଣୁ ଗ୍ୟାସ୍ ବିତରଣ କମ୍ପାନୀ ହ୍ବାଟସ୍ଆପ୍ ମାଧ୍ୟମରେ ଗ୍ୟାସ ବୁକିଂ ସେବା ପ୍ରଦାନ କରିବାକୁ ମନସ୍ତ କରିଛି । ଏବେ ଆପଣ ଅତି ସହଜରେ ହ୍ଵାଟସ୍ଆପ୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ ବୁକିଂ…

ମୋବାଇଲ୍ ଫୋନରୁ କଲ୍ କରି ଗ୍ୟାସ ବୁକିଂ କରିବା କିମ୍ବା ବ୍ୟକ୍ତିଗତ ଭାବରେ ଅଫିସ୍ ଯାଇ ରିଫିଲ୍ ବୁକିଂ କରିବା ବେଳେ ବେଳେ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଏ । ଏହାକୁ ଏଡାଇବା ପାଇଁ ଆପଣ ଏବେ ହ୍ଵାଟସ୍ ଆପ୍ ମାଧ୍ୟମରେ ଗ୍ୟାସ୍ ବୁକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ପଞ୍ଜୀକୃତ ମୋବାଇଲ ନମ୍ବରରୁ ସେବା ପ୍ରଦାନକାରୀଙ୍କୁ ମେସେଜ କରିବାକୁ ପଡିବ । ଏହାପରେ ଯେଉଁ କମ୍ପାନୀରୁ ଆପଣ ଗ୍ୟାସ ଆଣୁଛନ୍ତି ସେହି କମ୍ପାନୀର ହ୍ଵାଟସ୍ଆପ୍କୁ ମେସେଜ କରନ୍ତୁ । ଏଠାରେ ଆମେ ଆପଣଙ୍କୁ ପ୍ରମୁଖ ୩ଟି ଗ୍ୟାସ ବିତରଣ କମ୍ପାନୀର ନମ୍ବର ଦେଉଛୁ । ଏଚପି ଗ୍ୟାସ – ୯୨୨୨୨୦୧୧୨୨, ଇଣ୍ଡିଆନ ଗ୍ୟାସ – ୭୫୮୮୮୮୮୮୨୪ ଏବଂ ଭାରତ ଗ୍ୟାସ – ୧୮୦୦୨୨୪୩୪୪ ।

ଏହି ନମ୍ବରକୁ ପ୍ରଥମେ ଆପଣଙ୍କ ଫୋନରେ ସେଭ୍ କରି ହ୍ଵାଟସ୍ଆପରେ ହାଏ ଲେଖିବାକୁ ପଡିବ । ଏହା ପରେ ଆପଣଙ୍କୁ ଆପଣଙ୍କର ଭାଷା ବାଛିବାକୁ ପଡିବ । ଭାଷା ସୁନିଶ୍ଚିତ କଲା ପରେ ଗ୍ୟାସ ବୁକ୍, ନୂତନ ସଂଯୋଗ, ଅଭିଯୋଗ କରିବା, ସହାୟତା ପରି ଅନେକ ବିକଳ୍ପ ଆସିବ । ଏଥିମଧ୍ୟରୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଯେ କୌଣସି ବିକଳ୍ପ ବାଛିପାରିବେ । ଗ୍ୟାସ୍ ରିଫିଲ୍ ବୁକିଂ କରିବାର କିଛି ଘଣ୍ଟା ପରେ ଆପଣଙ୍କୁ ନୂଆ ସିଲିଣ୍ଡର ମିଳିଯିବ । ତେବେ ସ୍ଥାନ ଦୂରତା ଅନୁସାରେ ଗ୍ୟାସ୍ ଯୋଗାଣରେ ସ୍ଵଳ୍ପ ସମୟ ମଧ୍ୟ ଲାଗିପାରେ ।

Comments are closed.