ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଏବେ ଗିରଫ କରିଛି ପୋଲିସ୍ । ଜଣେ ବାଂଲାଦେଶୀ ମହମ୍ମଦ ସରିଫୁଲ୍ ଇସ୍ଲାମ୍ ଶେହଜାଦଙ୍କୁ ଥାନେରୁ ଗିରଫ କରାଯାଇଛି । ଯିଏକି ନିଜର ପରିଚୟ ବଦଳାଇ ବିଜୟ ଦାସ ନାଁରେ ମୁମ୍ବାଇ ସହରରେ ୬ ମାସ ହେଲା ରହିଆସୁଥିଲା । ଆଉ ଚୋର କରିବା ଉଦ୍ଦେଶ୍ୟରେ ହିଁ ଘରକୁ ପସିଥିଲା ବୋଲି ପ୍ରାଥମିକ ତଦନ୍ତରେ ଖୁଲାସା କରିଛି ପୋଲିସ୍ ।
ଗିରଫ ଅଭିଯୁକ୍ତ ବିଷୟରେ ଏବେ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନଙ୍କ ଆକ୍ରମଣକାରୀ ମହମ୍ମଦ ସରିଫୁଲ୍ ଇସଲାମ୍ ଶେହଜାଦ୍ ପୂର୍ବରୁ ବହୁଥର ଅଭିନେତାଙ୍କ ଘରକୁ ଯାଇଥିଲା । ହାଉସକିପିଂ ଫାର୍ମରେ ମଧ୍ୟ କାମ କରିଥିଲା । ପୂର୍ବରୁ ଅଭିନେତାଙ୍କ ଘରର ସହାୟକ ହରିଙ୍କ ଦ୍ୱାରା ସଫା କରିବା ପାଇଁ ତାଙ୍କ ଘରକୁ ଯାଇଥିଲା ଅଭିଯୁକ୍ତ ।
ତେବେ ମୁମ୍ବାଇ ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ସେପଟେ ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ । ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ଅଭିଯୁକ୍ତକୁ ,ବେ ପଚରା ଉଚରା ଜାରି ରଖିଛି ପୋଲିସ୍ ।
Comments are closed.