Latest Odisha News

BREAKING NEWS

ଏହି ଉପାୟ ଆପଣାନ୍ତୁ, ଅତି ସହଜରେ ମୂଷା ଠାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ବର: ମୂଷା ପାଇଁ ଚିନ୍ତାରେ ଅଛନ୍ତି କି। ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରିଦେଉଛି କି। ତେବେ ଆଉ ଚିନ୍ତା କରନ୍ତୁନି ।ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଅତି ସହଜରେ ଆପଣ ମୂଷା ଠାରୁ ପାଇବେ ମୁକ୍ତି। ପ୍ରଥମେ ପାଣି ସହ ଫିଟିକିରି ପାଉଡରକୁ ମିଶାଇ ମୂଷା ଆସୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏହା କରିବା ଦ୍ୱାରା ମୂଷା ଆଉ ଘରକୁ ଆସିବନି।

ଦ୍ୱିତୀୟରେ ଗୋଟିଏ ଟମାଟୋ ନେଇ ଏହାକୁ ଫାଳ କରି ସେଥିରେ କିଛି ଲଙ୍କା କୁଣ୍ଡ ପୁରାନ୍ତୁ ଏବଂ କିଛି ଚିନି ସେଥିରେ ମଧ୍ୟ ପୁରାନ୍ତୁ ଏବଂ ଏହାକୁ ଘରର ଏକ କଣରେ ରଖିଦିଅନ୍ତୁ। ଯାହା ଦ୍ୱାରା ଘର ହେବ ମୂଷା ମୁକ୍ତ।
ତୃତୀୟରେ ଏକ ଦୀପରେ କର୍ପୁର ପାଉଡରକୁ ରଖି ମୂଷା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ । କିଛି ଦିନ ପରେ ଦେଖିବେ ମୂଷା ଘରକୁ ଆସିବା ବନ୍ଦ କରିଦେବେ। ଏହି ସବୁ କାମ କରନ୍ତୁ ଅତି ସହଜରେ ଘର ହବା ମୂଷା ମୁକ୍ତ।

Leave A Reply

Your email address will not be published.