Latest Odisha News

BREAKING NEWS

ଶରୀରରେ ଦେଖା ଦେଉଛି କି ଏମିତି ଲକ୍ଷଣ ?  କୋଲେଷ୍ଟ୍ର୍ରାେଲ  ପ୍ରତି ହାେଇଯାନ୍ତୁ ସାବଧାନ

ଆଜିକାଲି ମଣିଷ ଯେତିକି ସ୍ୱାସ୍ଥ୍ୟ  ସଚେତନ ହେଉଛି, ଶରୀର ସେତକି ଅସୁସ୍ଥ ହାେଇପଡୁଛି । ଆମର ଦୖେନନ୍ଦିନ ଜୀବନଶୖଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅନେକ ରାେଗର ବାହକ ହୋଇଛି । ସେଥିପାଇଁ ତ ଡାଇବେଟିସ, ବ୍ଲଡ ପ୍ରେସର, କୋଲେଷ୍ଟ୍ର୍ରାେଲ ପରି ରାେଗ ଅତି ସାଧାରଣ ହୋଇଗଲାଣି । ନିଜ ଅଜାଣତରେ କେତେବେଳେ ଶରୀରରେ କୋଲେଷ୍ଟ୍ର୍ରାେଲ ବଢି ଯାଉଛି ଜଣାପଡୁନି । ତେବେ ଶରୀରରେ କୋଲେଷ୍ଟ୍ର୍ରାେଲ ବଢିଲେ କେମିତି ଜାଣିବେ  ସେ ବିଷୟରେ ଆମେ  ଆପଣଙ୍କୁ କିଛି ଟିପ୍ସ ଦେବୁ ।

କୋଲେଷ୍ଟ୍ର୍ରାେଲ ହେଉଛି ମହମ ଭଳି ଏକ ପଦାର୍ଥ ଯାହା ରକ୍ତରେ ରହିଥାଏ ।  କୋଲେଷ୍ଟ୍ର୍ରାେଲ ସ୍ତର ବୃଦ୍ଧି ପାଇ କ୍ରମେ ଧମନୀରେ ଜମା ହୁଏ । ହାଇ କୋଲେଷ୍ଟ୍ର୍ରାେଲ ଦ୍ୱାରା ରକ୍ତ ପ୍ରବାହ ଠିକରେ ହୋଇନଥାଏ  । ଫଳରେ ହୃଦଘାତ ଆଶଙ୍କା ଦେଖା ଦେଇଥାଏ ।

ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ରହିଲେ ତଥା ଜଙ୍କ ଫୁଡ ବହୁତ ମାତ୍ରାରେ ଖାଇଲେ ହାଇ କୋଲେଷ୍ଟ୍ରଲ ହେବାର ଆଶଙ୍କା  ଅଧିକ ରହିଥାଏ । ବ୍ୟାୟାମ ନ କରିବା ଏବଂ ମେଦ ବହୁଳ ଲୋକଙ୍କ ପାଖରେ ହାଇ କୋଲେଷ୍ଟ୍ରଲ ଆଶଙ୍କା ଅଧିକ ଥାଏ । ଏହା ସହ ଧୂମ୍ର ପାନ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ହାଇ କୋଲେଷ୍ଟ୍ର୍ରାେଲ ହୋବାର ଭୟ ରହିଛି।

  ଶରୀରରେ ହାଇ କୋଲେଷ୍ଟ୍ର୍ରାେଲ ବଢୁଥିଲେ  ଜାଣିବେ କେମିତି ?  

-ଛାତିରେ ଯନ୍ତ୍ରଣା ହେବା ହାଇ କୋଲେଷ୍ଟ୍ର୍ରାେଲର ଲକ୍ଷଣ । ଧମନୀରେ କୋଲେଷ୍ଟ୍ର୍ରାେଲ ଜମା ରହିବା ଦ୍ୱାରା ରକ୍ତ ପ୍ରବାହ ଠିକ ଭାବରେ ହୋଇନଥାଏ  । ଫଳରେ ଛାତିରେ  ଯନ୍ତ୍ରଣା ହେଇଥାଏ । ଏଥିଯୋଗୁ  ହୃତପିଣ୍ଡରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାର ଅବହେଳା  ହୃଦଘାତର କାରଣ ବି ହୋଇପାରେ ।

-ପାଦରେ ଯନ୍ତ୍ରଣା ହେବା ହାଇ କୋଲେଷ୍ଟ୍ର୍ରାେଲର ମଧ୍ୟ  ଏକ ଲକ୍ଷଣ ।  ହାଇ କୋଲେଷ୍ଟ୍ର୍ରାେଲ ଯୋଗୁ ରକ୍ତପ୍ରବାହ ଠିକ ଭାବେ ହାେଇ ନ ଥାଏ   ।  ଯାହାଫଳରେ ଚଲାବୁଲାରେ କଷ୍ଟ  ହୋଇଥାଏ । ପାଦରେ ଯନ୍ତ୍ରଣା ହେବା ସହ ପାଦ ତ୍ୱଚାର  ରଙ୍ଗ ମଧ୍ୟ ବଦଳି ଯାଏ  । ଏପରିକି  ପାଦ ବେଳେ ବେଳ ଥଣ୍ଡା ପଡି ଯାଏ ।

ତେଣୁ ଶରୀରରେ ଏମିତି କିଛି ଲକ୍ଷଣ  ଦେଖିଲେ ସତର୍କ ହାେଇଯାନ୍ତୁ  ଏବଂ ତୁରନ୍ତ  ଚିକିତ୍ସା ଆରମ୍ଭ କରି ଦିଅନ୍ତୁ ।  ଉତ୍ତମ ଖାଦ୍ୟ ଏବଂ ପ୍ରତିଦିନ ବ୍ୟାୟମ ଅଭ୍ୟାସ କରନ୍ତୁ ।

Leave A Reply

Your email address will not be published.