Latest Odisha News

ଦାମୀ ଟୁଥ୍‌ପେଷ୍ଟ ନୁହେଁ ବରଂ ଘରୋଇ ଉପଚାର କରି ମୋତି ଭଳି ଚମକାନ୍ତୁ ଦାନ୍ତ

ମୁହଁକୁ ସୁନ୍ଦର କରେ ହସ ଓ ହସକୁ ସୁନ୍ଦର କରେ ଦାନ୍ତ । ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। ସଫା ଏବଂ ଚମକୁଥିବା ଦାନ୍ତ ସୁନ୍ଦର ହସ ସହ ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ । ହସ ହସ ଚେହେରା ସମସ୍ତଙ୍କ ପସନ୍ଦ। ହେଲେ ଏହି ହସ ମୁହଁରେ ହଳଦିଆ ଦାନ୍ତ ଦେଖାଗଲେ କେମିତି ଲାଗିବ ଭାବିଲେ। ଯେତେ ଦାମୀ ଟୁଥ୍‌ପେଷ୍ଟ ବ୍ୟବହାର କଲେ ବି ବେଳେବେଳେ ଦାନ୍ତରୁ ହଳଦିଆପଣ ଦୂର ହୁଏ ନାହିଁ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆମେ ଆପଣଙ୍କୁ ଏକ ଔଷଧୀୟ ପାଉଡ଼ର ବା ହର୍ବାଲ ପାଉଡ଼ର ବିଷୟରେ କହୁଛୁ, ଯାହାକୁ ଆପଣ ସହଜରେ ଘରେ ତିଆରି କରି ବ୍ୟବହାର କରିପାରିବେ। ଏଥିରୁ ଆପଣଙ୍କ ସମସ୍ୟା ଦୂର ହୋଇଯିବ ଏବଂ ମନ ଖୋଲି ସମସ୍ତଙ୍କ ସାମ୍ନାରେ ହସି ପାରିବେ।

ଏହି ପାଉଡର ତିଆରି କରିବା ପାଇଁ ଆପଣଙ୍କୁ କଦଳୀ ପତ୍ର, ବେଣ୍ଟୋନାଇଟ୍ ମାଟି ପାଉଡର, କ୍ୟାଲସିୟମ୍ ପାଉଡର ଏବଂ ଚିନାବାଦାମ ଆବଶ୍ୟକ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କଦଳୀ ପତ୍ର ଧୋଇ ଶୁଖାନ୍ତୁ। ଏହା ପରେ ଶୁଖିଲା ପତ୍ରକୁ ଏକ ମିକ୍ସରରେ ଗ୍ରାଇଣ୍ଡ କରନ୍ତୁ। ତା’ପରେ ଏହାକୁ ଏକ ପାତ୍ରରେ ବାହାର କରି ସେଥିରେ ବେଣ୍ଟୋନାଇଟ୍ ମାଟି ପାଉଡର, କ୍ୟାଲସିୟମ୍ ପାଉଡର ଏବଂ ଚିନାବାଦାମ ପାଉଡର ମିଶାନ୍ତୁ। ହର୍ବାଲ ପାଉଡର ପ୍ରସ୍ତୁତ ହୋଇଯିବ। ଆପଣ ଏହାକୁ ବାର ମାସ ପାଇଁ ପ୍ରସ୍ତୁତ କରି ଏକ ପାତ୍ରରେ ଗଚ୍ଛିତ କରିପାରିବେ।

ଆପଣ ଏହି ହର୍ବାଲ୍ ପାଉଡରକୁ ଦନ୍ତ ମଞ୍ଜନ ଭାବରେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଆପଣ ପାଉଡରରେ ନଡିଆ ତେଲ ମିଶାଇ ବ୍ୟବହାର କରିପାରିବେ। ଏହି ପାଉଡରକୁ ଟୁଥ୍ ବ୍ରଶରେ ନେଇ ଦାନ୍ତରେ ଭଲଭାବେ ଲଗାଇ ପାଞ୍ଚ ମିନିଟ୍ ଘସି ଘସି ସଫା କରନ୍ତୁ। ଏହି ପାଉଡର ବ୍ୟବହାର କରିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଯାଏ। ଏହା ବ୍ୟତୀତ ଏହା ଦାନ୍ତ ମାଡିକୁ ସୁସ୍ଥ ରଖେ। ଯଦି ଆପଣଙ୍କ ଦାନ୍ତରୁ ରକ୍ତସ୍ରାବ ହେବାର ସମସ୍ୟା ରହିଛି, ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

Leave A Reply

Your email address will not be published.