Latest Odisha News

BREAKING NEWS

ଘରୋଇ ଉପାୟରେ କେମିତି ଆଣିବେ ଚେହେରାରେ ଗ୍ଲୋ ?

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଲୋକମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ  । ନିଜ ତ୍ବଚାରେ ଗ୍ଲୋ ଆଣିବାକୁ କିଏ ବଜାରରୁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରନ୍ତି ତ ଆଉ କିଏ ପାର୍ଲର ଯାଇ ସମୟ ବିତାନ୍ତି । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଆମେ କିପରି ଆମ ତ୍ବଚାରେ ଗ୍ଲୋ ଆଣିପାରିବା  ।

କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଆମ ତ୍ବଚାରେ ଗ୍ଲୋ ଆସିନଥାଏ  । ଏମିତି କିଛି ଫଳ ରହିଛି ଯାହାକୁ ପ୍ରତିଦିନ ଖାଇବା ଦ୍ବାରା ଆମ ତ୍ବଚା ସତେଜ ରହିଥାଏ । ଫ୍ରୁଟ୍ସରେ ସାଧାରଣତଃ ଭିଟାମିନ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ଥାଏ। ଯାହା ଶରୀର ପାଇଁ ବେଶ୍ ହିତକାରୀ ।  ଯାହାକୁ ଖାଇଲେ କେବଳ ତ୍ବଚା ନୁହେଁ  କେଶ ପାଇଁ ମଧ୍ୟ ବେଶ ଉପକାରୀ । ଚେହେରାରେ ବିଭିନ୍ନ ପ୍ରକାର ଦାଗ ଦୂର କରିବାପାଇଁ କମଳା ଜୁସ ବେଶ ଭଲ କାମ ଦେଇଥାଏ। ଏହା ଚେହେରାରୁ ଅତ୍ୟଧିକ ଅଏଲି କରି ନ ଥାଏ।

ଆପଣ କମଳା ଜୁସ ସହିତ ମହୁର ଏକ ମିଶ୍ରଣ ତିଆରି କରନ୍ତୁ। ତା’ପରେ ଏହାକୁ ଚେହେରାରେ ଲଗାନ୍ତୁ। ଏହାକୁ ୧୫ ମିନିଟ ରଖନ୍ତୁ। ପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ। ଗାଜରରେ ଥିବା ପୋଷକ ତତ୍ତ୍ବ ତ୍ବଚା ପାଇଁ ମଧ୍ୟ ବେଶ ହିତକାରୀ  ।  ଆପଣ ମାନେ ଗାଜର ଜୁସକୁ ଫେସପ୍ୟାକରେ ସାମିଲ କରିପାରିବେ। ଷ୍ଟ୍ରବେରୀ ଜୁସ ଟ୍ୟାନିଂ ଦୂର କରିବାରେ ରାମବାଣ ହୋଇଥାଏ। ଏଥିପାଇଁ ଗୋଟିଏ ଚାମଚ ବେସନରେ ଷ୍ଟ୍ରବେରୀ ରସ ପକାଇକି ପେଷ୍ଟ ବନାନ୍ତୁ। ପରେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ୧୦-୧୫ମିନିଟ ରଖିଲାପରେ ଚେହେରାକୁ ଧୋଇଦିଅନ୍ତୁ। ଆପଣଙ୍କୁ ଭଲ ରେଜଲ୍ଟ ମିଳିପାରିବ  । ସେହିପରି କାକୁଡି ରସ ବି  ସ୍କିନ ପାଇଁ ସବୁଠୁ ଭଲ ହୋଇଥାଏ।

Comments are closed.