Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି: ଗଣ୍ଡଗୋଳର କାରଣ ଖୋଜି ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ବର : ଭୁବନେଶ୍ବର ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଚିଠିରେ ଦର୍ଶାଇଛନ୍ତି । ୩ ମାସ ହେଲାଣି ଗାଁର ପ୍ରାୟ ୧୫୦ ଲୋକଙ୍କୁ ଗିରଫ କରି ଜେଲ ପଠାଯାଇଛି । ବର୍ତ୍ତମାନ ଗାଁରେ ଅଳ୍ପ କିଛି ମହିଳା ଏବଂ ଶିଶୁ ଅଛନ୍ତି ।

ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ତେଣୁ ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରନ୍ତୁ । ଗାଁରେ ଶାନ୍ତି ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସେମିତି କୌଣସି ଉଦ୍ୟମ ହୋଇନି । ତେଣୁ ବିଳମ୍ବ ନ କରି ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ହସ୍ତକ୍ଷେପ କରିବା ଲାଗି ଅପରାଜିତା ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ଗତ ସେପ୍ଟେମ୍ୱର ୧ ତାରିଖରେ ସାଇଡମରାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁନର୍ବାର ସମାନ ପ୍ରସଙ୍ଗକୁ ନେଇ ଗତ ୨୬ ଓ ୨୭ ତାରିଖରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡ ହୋଇଥିଲା ।

ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ତେବେ ଗଣ୍ଡଗୋଳର ପ୍ରକୃତ କାରଣ ଏଯାବତ୍ ଜଣାପଡିନଥିବା ବେଳେ ଏହା ପଛରେ ରାଜନୈତିକ କାରଣ ଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଗାଁରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି । ତେଣୁ ଗାଁରେ ଶାନ୍ତି ଫେରାଇ ଆଣିବାକୁ ସରକାରୀ ସ୍ତରରେ ଉଦ୍ୟମ କରିବାକୁ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.