Latest Odisha News

BREAKING NEWS

କେମିତି ନେବେ ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରାଦିନର ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନରେ ଆସ୍ୱସ୍ତି ଅନୁଭୁତ ହୋଇଥାଏ । ତାସହ ବର୍ଷାଦିନିଆ ସଂକ୍ରାମକ ରୋଗ ପାଇଁ ଏହା ଅଧିକ ଚନ୍ତାରେ ପକାଇଥାଏ । ବର୍ଷାଦିନେ ପେଟ ସମସ୍ୟା, ପାଚନ ଆଦି ଭଳିି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ମୌସୁମୀର ମଜା ନେବା ଆଗରୁ ଏହା ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବାର କିଛି ଉପାୟ ସମ୍ପର୍କରେ ଜାଣି ରଖନ୍ତୁ…

.ଯେହେତୁ ଏହି ଦିନ ଗୁଡିକରେ ପାଚନରେ ସମସ୍ୟା ଦେଖାଯାଇଥାଏ, ତେଣୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।

.ଖାଦ୍ୟ ଯେତେ ହାଲୁକା ହେବ ସେତେ ଭଲ । ବେସନ ଓ ମଇଦାରେ, ବିରି ଇତ୍ୟାଦିରୁ ପ୍ରସ୍ତୁତ ଗରିଷ୍ଠ ଖାଦ୍ୟ କମ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ ।

.ଏହି ଦିନରେ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ତେଣୁ ରୋଗ ପ୍ରତିରେଧକ ଶକ୍ତି ବଢାଇବା ପାଇଁ ପ୍ରତିଦିନ ଖାଦ୍ୟରେ ଅଦା, ପିଆଜ, ହଳଦୀ ଆଦିର ବ୍ୟବହାର କରିବା ଦରକାର । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରାଇଥାଏ ।

.ବର୍ଷା ଦିନେ ଖାଦ୍ୟରେ ଫଳକୁ ଖାଦ୍ୟରେ ଅଧିକା ବ୍ୟବହାର କରିବା ଦରକାର । କାରଣ ଫଳରେ ଫାଇବର ଅଧିକ ମାତ୍ରାରେ ରହିଥାଏ । ଆଉ ଏହି ଦିନ ମାନଙ୍କରେ ବଡିକୁ ହାଇ-ଫାଇବର ଆବଶ୍ୟକ ହୋଇଥାଏ ।

.ମୁଖ୍ୟତଃ ଏହି ଦିନରେ ଥଣ୍ଡା ଜ୍ୱର ସହ ଡାଇରିଆ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ପିଇବା ଆଗରୁ ପାଣିକୁ ଭଲଭାବେ ଫୁଟାଇ ପିଇବା ଉଚିତ ।

Comments are closed.