Latest Odisha News

BREAKING NEWS

ପୋଲିସ ସୁରକ୍ଷା ଲୋଡିଲେ ଓଡିଶା ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଖଣି ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ ଶୁକ୍ରବାର ଦିନ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି । ଏଥିସହିତ ଗୋଟିଏ ଦିନ ପୂର୍ବରୁ ପାଖାପାଖି ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ସେ କହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶ୍ରୀଯୁକ୍ତ ଦେହୁରୀ ଆଜି କମିଶନରେଟ୍ ପୋଲିସ ନିକଟରେ ତାଙ୍କୁ ଆକ୍ରମଣ କରିଥିବା ୨ଜଣ ଦୁର୍ବୃତ୍ତଙ୍କ ଗିରଫ ଦାବି କରିଛନ୍ତି । ଏଥିସହିତ ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିବା ଲାଗି ମଧ୍ୟ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦେହୁରୀ ଗୁରୁବାର ସନ୍ଧ୍ୟାରେ ନିଜ ଘରକୁ ଫେରୁଥିବାବେଳେ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.