Latest Odisha News

BREAKING NEWS

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ..

ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି ଭୋଜନ କରିବା ଉଚିତ। ସବୁଜ ପନିପରିବା ତରକାରି ଓ ସାଲାଡ୍ ଖାଇଲେ ଏହାର ଉତ୍ତମ ପ୍ରଭାବ କେଶ ଉପରେ ପଡ଼ିଥାଏ ଓ କେଶ ସୁସ୍ଥ ରହେ ।

ପ୍ରତ୍ୟେକ ସପ୍ତାହରେ ଅନ୍ତତଃ ଥରେ କେଶରେ ଷ୍ଟିମ ନିଅନ୍ତୁ। ଏହି ଉପଚାର ଆପଣ ଘରେ କରନ୍ତୁ ।

କଞ୍ଚା ଖିରକୁ କେଶମୂଳରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ କେଶ ମୂଳ ଦୃଢ଼ ହୋଇଥାଏ।

ଲେମ୍ବୁରସରେ ଗୋଲାପଜଳ ଓ ମହୁ ମିଶାଇ ସେହି ପ୍ୟାକ୍କୁ ୧୫ ମିନିଟ୍ ପାଇଁ କେଶମୂଳରେ ଲଗାନ୍ତୁ। ଏପରି କଲେ କେଶର ରୁପି ସମସ୍ୟା ଦୂର ହୁଏ।

Leave A Reply

Your email address will not be published.