Latest Odisha News

BREAKING NEWS

ଦୀର୍ଘ ସମୟ ଚେୟାରରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: ନିର୍ଦ୍ଧିଷ୍ଟ କୌଣସି ଏକ କାମ କରିବାକୁ ହେଲେ ଦୀର୍ଘ ସମୟ ଚେୟାରରେ ବସିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଅଫିସରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ।

ଆପଣ ବି ଯଦି ଏହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ…

ଲକ୍ଷ କରିଥିବେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ପିଠିରେ ଯନ୍ତ୍ରଣା ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇଁ ଆରାମଦାୟକ ଚେୟାର ରହିବା ଅତ୍ୟନ୍ତ ଜରୁରୀ। କୌଣସି କଠିନ ଚୌକି ବଦଳରେ ନରମ ଚେୟାର ବ୍ୟବହାର କରିବା ଉଚିତ୍‌। ଏହା କଷ୍ଟ ମୁକ୍ତ ସହ ଚାପମୁକ୍ତ ମଧ୍ୟ କରିଥାଏ।

ଧ୍ୟାନ ରଖନ୍ତୁ ଚେୟାରରେ ବସିବା ସମୟରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ। ସବୁବେଳେ ଦୁଇ ପାଦକୁ ଭୂମିରେ ରଖନ୍ତୁ। ପ୍ରାୟତଃ ଅଧିକାଂଶ ଲୋକ ଚେୟାରର ଉଚ୍ଚତା ବଢ଼ାଇ ଗୋଡ଼କୁ ଝୁଲାଇଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ। ପାଦକୁ ଝୁଲାଇବା ଦ୍ୱାରା ଏହା ଅଣ୍ଟା ହାଡ଼ ଉପରେ ଚାପ ପକାଇଥାଏ।

Leave A Reply

Your email address will not be published.