Latest Odisha News

BREAKING NEWS

ଅନୁଭବ ଇସ୍ତଫା ଦିଅନ୍ତୁ: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ଅନୁଭବ । ଏଥିସହ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି ।

ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ମହିଳା ଅସୁରକ୍ଷିତ । ଯାହାର ଜ୍ୱଳନ୍ତ ଚିତ୍ର ହେଉଛନ୍ତି ସାଂସଦ ଅନୁଭବ ମହାନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି ଯେତେବେଳେ ଆମେ କହୁଥିଲୁ ସେତେବେଳେ ସରକାର ଏହାକୁ ସ୍ୱିକାର କରୁନଥିଲେ । ଆଉ ଏବେ ଅନୁଭବ-ବର୍ଷାଙ୍କ ବିବାଦ ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.