Latest Odisha News

BREAKING NEWS

ମଧୁ ମଂଟେନାଙ୍କ ରାମାୟଣ ଫିଲ୍ମରେ ରାମ-ସୀତା ହେବେ ହ୍ରିତିକ-ଦୀପିକା

ମୁମ୍ବାଇ: ନିର୍ମାତା ମଧୁ ମଂଟେନା ଖୁବ୍ ଶୀଘ୍ର ରାମାୟଣ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ବଜେଟ ଫିଲ୍ମରେ ରାମ ଏବଂ ସୀତାଙ୍କ ଭୂମିକାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଅଭିନୟ କରିବେ । ଏହା ୩ଡି ଫର୍ମାଟରେ ୨ଟି ଭାଗରେ ନିର୍ମିତ ହେବ । ଦଙ୍ଗଲର ନିର୍ଦ୍ଦେଶକ ନିତେଶ ତିୱାରୀ ଏହାର ନିର୍ଦ୍ଦେଶନ ଭାର ସମ୍ଭାଳିବେ । ଏହା ଏକ ସମ୍ବେଦନଶୀଳ ବିଷୟବସ୍ତୁ ହୋଇଥିବାରୁ ପ୍ରତ୍ୟେକ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ମଂଟେନା କହିଛନ୍ତି ।

ହ୍ରିତିକ-ଦୀପିକାଙ୍କ ବ୍ୟତୀତ ଅନ୍ୟ କାହାକୁ ରାମ ଏବଂ ସୀତାଙ୍କ ଭୂମିକାରେ ଚିନ୍ତା କରୁ ନାହିଁ ବୋଲି ସେ କହିଛନ୍ତି । ଏବେ ନିକଟରେ ସେ ଅନୁରାଗ କାଶ୍ୟପ, ବିକ୍ରମାଦିତ୍ୟ ମୋଟୱାନି ଓ ବିକାଶ ବହଲଙ୍କ ନିକଟରୁ ସେ ଫ୍ୟାଟଂମ ଫିଲ୍ମର ଶେୟାର କିଣିଥିଲେ । ବର୍ତମାନ ସେ ଏକୁଟିଆ ନିଜ ପ୍ରୋଜେକ୍ଟ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.