Latest Odisha News

ଦେଶର ୫ଟି ରାଜ୍ୟକୁ ବନ୍ୟା ସହାୟତା ରାଶି ଘୋଷଣା କଲା କେନ୍ଦ୍ର:ଓଡ଼ିଶାକୁ ୩୨୦.୯୪ କୋଟି

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ବନ୍ୟା ସହାୟତା ରାଶି ଘୋଷଣା କଲା କେନ୍ଦ୍ର । ଦେଶର ୫ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧିନରେ ଏହି ସହାୟତା ରାଶି ଅନୁମୋଦନ ହୋଇଛି । ୫ଟି ରାଜ୍ୟ ପାଇଁ ୧,୭୫୧.୦୫ କୋଟି ଟଙ୍କାର ଘୋଷଣା କରିଛନ୍ତି । ୫ ରାଜ୍ୟ ହେଲା ଓଡ଼ିଶା,ଆସାମ,ଅରୁଣାଚଳପ୍ରଦେଶ,ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ।

୨୦୨୦ ମୌସୁମୀ ବର୍ଷା ଜନିତ ଉପୁଜିଥିବା ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ରାଜ୍ୟ ପାଇଁ କେନ୍ଦ୍ର ସରକାର ସହାୟତା ରାଶି ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀ୍ୟ କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପାଞ୍ଚଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି ।

ଆସାମ ପାଇଁ ସର୍ବାଧିକ ୪୩୭.୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ପାଇଁ ୭୫ କୋଟି ୮୬ ଲକ୍ଷ ଟଙ୍କା । ସେହିପରି ଓଡ଼ିଶା ପାଇଁ ୩୨୦ କୋଟି ୯୪ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ତେଲେଙ୍ଗାନା ପାଇଁ ୨୪୫.୯୬ କୋଟି ଓ ଉତ୍ତରପ୍ରଦେଶ ପାଇଁ ୩୮୬.୦୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । 

Leave A Reply

Your email address will not be published.