Latest Odisha News

BREAKING NEWS

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥର ରୂପେ ନିର୍ବାଚନ ଲଢୁଥିବା ରବି ମଲ୍ଲିକଙ୍କୁ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଶ୍ରୀରାମପୁର ଗ୍ରାମରେ କିଛି ନିଜ ଦଳର କର୍ମୀଙ୍କୁ ଭେଟିବାକୁ ରବି ମଲ୍ଲିକ ଯାଇଥିବା ବେଳେ ସେଠାରେ କିଛି ଦୁର୍ବୃତ୍ତ ତାଙ୍କୁ ପ୍ରାୟ ୧ ଘଣ୍ଟା କାଳ ଅଟକାଇ ରଖିଥିଲେ ଏବଂ ସେହି ବ୍ୟକ୍ତିମାନେ ତାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି ନିଜେ ରବି ମଲ୍ଲିକ ।

ଏସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମଲ୍ଲିକଙ୍କୁ ଉଦ୍ଧାର କରିଥିଲେ ।

ଏସମ୍ପର୍କରେ ବିଧାୟକ ପ୍ରାର୍ଥୀ ଜଣକ ତୁରନ୍ତ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

“ମୁଁ ଗୁରୁବାର ଦିନ ରାତି ପ୍ରାୟ ୧୦ଟା ବେଳେ କିଛି କର୍ମୀଙ୍କୁ ସାକ୍ଷାତ କରିବାକୁ ଶ୍ରୀରାମପୁର ଗାଁ’କୁ ଯାଇଥିଲି । ସେଠାରେ କିଛି ଅସାମାଜିକ ବ୍ୟକ୍ତି ମୋତେ ସେଠାରେ ଆକ୍ରମଣ କରିଥିଲେ । ମୋ ସହିତ ଥିବା ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମଧ୍ୟ ଗାଳିଗୁଲଜ କରିବାକୁ ପଛାଇନଥିଲେ ସେହି ବ୍ୟକ୍ତିମାନେ । ଏନେଇ ମୁଁ ଥାନାରେ ଅଭିଯୋଗ କରିଛି,” ବୋଲି କହିଛନ୍ତି ରବି ମଲ୍ଲିକ ।

Leave A Reply

Your email address will not be published.