Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ ହେଲା ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଭିଡିଓ

ପୁରୀ : ପୁରୀ ଜିଲ୍ଳା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରିଛନ୍ତି ।

ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

https://www.facebook.com/Omprakashodisha/videos/2097265620573578/

ଉକ୍ତ ଭିଡିଓ ଜରିଆରେ ଇଭିଏମ୍ ଭଙ୍ଗାରୁଜା ଘଟଣା ନେଇ ମୁହଁ ଖୋଲିଛନ୍ତି ଏହି ବିଜେପି ପ୍ରାର୍ଥୀ।

ସୂଚନାଯୋଗ୍ୟ, ଇଭିଏମ୍ ଭଙ୍ଗାରୁଜା ଏବଂ ପୋଲିଂ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା ।

ଓଡିଶାରେ ୩ୟ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ବ୍ରହ୍ମଗିରି ଆସନ ଅନ୍ତର୍ଗତ କାମଶାସନ ଗ୍ରାମର ବୁଥ୍ ନଂ-୨୨୨ ଏବଂ ଅନ୍ୟଟି ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ବୀରକିଶୋରପୁର ବୁଥ୍ ଆଦିରେ ଏହି ବିଜେପି ନେତା ଇଭିଏମ୍ ଭଙ୍ଗାରୁଜା କରିବା ସହ ଅଧିକାରୀମାନଙ୍କୁ ମାଡ ମାରିବା ଅଭିଯୋଗ ମଧ୍ୟ ହୋଇଥିଲା । ଏପରିକି ବୁଥରୁ ବନ୍ଧୁକ ମଧ୍ୟ ଜବତ ହୋଇଥିଲା । ପରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପ୍ରିଜାଇଡିଂ ଅଫିସର ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଓମ୍ ପ୍ରକାଶଙ୍କ ୨ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନେ ହେଲେ- ମାନସ ସାମନ୍ତରାୟ (୩୨) ଓ ଅକ୍ଷୟ କୁମାର ବିଶ୍ୱାଳ (୩୪)ଙ୍କୁ ଗିରଫ କରିଛି ।

Leave A Reply

Your email address will not be published.