Latest Odisha News

ମାଲକାନଗିରିରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ନିକଟ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।

ମାଲକାନଗିରି ଏସପି ଋଷିକେଶ ଖିଲାରିଙ୍କ ସୂଚନା ଅନୁଯାୟୀ, ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ମିଳିବା ପରେ ବିଏସ୍‌ଏଫ୍‌, ଡିଭିଏଫ, ଏସଓଜି କର୍ମଚାରୀ ଓ ପୋଲିସର ମିଳିତ କମ୍ବିଂ ଅପରେସନ କରାଯାଇଥିଲା।

ଉକ୍ତ ଜଙ୍ଗଲରେ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୧୪ଟି ଗ୍ରେନେଡ୍‌, ଲାଇଭ କାର୍ଟ୍ରିଜ ଓ ୨ଟା ଲ୍ୟାଣ୍ଡମାଇନ୍ ଜବତ କରାଯାଇଛି।

ତେବେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଥିବା ନେଇ ଏସପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.