ଲଣ୍ଡନ: ଆସନ୍ତାକାଲିଠାରୁ ବ୍ରିଟେନରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ହସ୍ପିଟାଲ ପର୍ଯ୍ୟନ୍ତ ଭ୍ୟାକସିନ୍ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି ଯେ, ଅପରାଧୀ ଗ୍ୟାଙ୍ଗ ଭ୍ୟାକସିନ୍ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି । ଏଥିପାଇଁ ବିଶେଷ ସତର୍କତା ଗ୍ରହଣ କରାଯାଉଛି ।
ସୂଚନା ଅନୁସାରେ କରୋନା ଭ୍ୟାକସିନ୍ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବ୍ରିଟିଶ ମିଡିଆରେ କରୋନା ଭ୍ୟାକସିନକୁ ଲିକ୍ବିଡ୍ ଗୋଲ୍ଡ ବୋଲି କୁହାଯାଉଛି । ଭ୍ୟାକସିନ୍ ଡେଲିଭରୀ କରାଯାଉଥିବା ଟ୍ରକରେ ଜିପିଏସ୍ ଟ୍ରାକିଂ ଲଗାଯାଇଛି । ଲକିଂ ସିଷ୍ଟମ ଓ ଆଲାର୍ମ ମଧ୍ୟ ରହିଛି । ଭ୍ୟାକସିନ୍ ସପ୍ଲାଏ ଉପରେ ମନିଟର କରିବା ପାଇଁ ସେଣ୍ଟ୍ରାଲ ମନିଟରିଂ ଷ୍ଟେସନ୍ ମଧ୍ୟ କରାଯାଇଛି ।
ପାଖାପାଖି ୫୦ ହସ୍ପିଟାଲରେ ଭ୍ୟାକ୍ସିନେସନ୍ କାମ ଆରମ୍ଭ ହୋଇସାରିଛି । ଫାଇଜର କମ୍ପାନୀ ବେଲଜିୟମରୁ ବ୍ରିଟେନକୁ ଭ୍ୟାକସିନ୍ ଡେଲିଭରୀ କରିଛି । ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ପାଇଁ ୧୪ ହଜାର ସୈନିକଙ୍କୁ ଷ୍ଟାଣ୍ଡବାୟ ଭାବେ ରଖାଯାଇଛି । କୌଣସି ସମୟରେ ଏମାନଙ୍କୁ କାମରେ ଲଗାଯାଇପାରେ । ଅପରାଧୀ ଗ୍ୟାଙ୍ଗ ଭ୍ୟାକସିନ୍ ସପ୍ଲାଇ ଚେନରେ ବାଧା ସୃଷ୍ଟି କରିପାରନ୍ତି ବୋଲି ଇଣ୍ଟରପୋଲ ପକ୍ଷରୁ କୁହାଯାଇଛି ।
Comments are closed.