Latest Odisha News

BREAKING NEWS

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି ସମ୍ପର୍କରେ ସୁଧାର ଆସିଛି   । ହେଲେ ସବୁଠି ସମାନ ଅଭିଯୋଗ ।  ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ପାଠ ସୃଷ୍ଟି ହୋଇଛି ଅନ୍ୟଜଣଙ୍କ ପାଇଁ । ତୃତୀୟର ଅନୁପ୍ରବେଶ ଭାଙ୍ଗି ଦେଉଛି ସଂସାର । ହ୍ୟୁମାନ ସାଗରଙ୍କ ମାମଲାରେ ବି ସମାନ ଅଭିଯୋଗ ଆଣିଛନ୍ତି ଶ୍ରୀୟାଙ୍କ ପରିବାର ।

ହ୍ୟୁମାନଙ୍କ ପାଇଁ ଶ୍ରୀୟା ଦିନେ ଥିଲେ ପରୀ ରାଇଜର ପରୀ । ହେଲେ କେମିତି ହୋଇଗଲେ ଏତେ ପର ?  କୁଆଡେ ଗଲା ସେ ଭଲ ପାଇବା ? ଏବେ ଖାଲି କଳି ଆଉ କଳି ?

ତେବେ ହ୍ୟୁମାନଙ୍କ ମାମଲାରେ ବିବାଦ ଖାଲି ସ୍ୱାମୀ-ସ୍ତ୍ରୀ ଭିତରେ ସୀମିତ ନାହିଁ । ଏଥିରେ ପରିବାରକୁ ବି ଟଣାଯାଇଛି । ଯଦିଓ ହ୍ୟୁମାନ ଶ୍ରୀୟାଙ୍କ ବିରୋଧରେ ପଦୁଟିଏ ବି କହି ନାହାନ୍ତି  । ଏପରିକି ଶ୍ରୀୟା ଓ ଝିଅକୁ ବହୁତ ମିସ କରୁଛନ୍ତି ବୋଲି କହୁଛନ୍ତି । ତେବେ ତାଙ୍କ ମା’ ଅନେକ କିଛି କହିଛନ୍ତି ।

ହ୍ୟୁମାନଙ୍କ ମା’ ନିଜ ବୋହୂ  ଶ୍ରୀୟାଙ୍କ  ସମେତ ତାଙ୍କ ବାପା, ଭାଇଙ୍କୁ ଟାଣିଛନ୍ତି । ଏପରିକି ତାଙ୍କ ମା’ଙ୍କ ଚରିତ୍ର ସଂହାର କରିବାକୁ ବି ପଛାଇ ନାହାନ୍ତି । ଗୋଟିଏ ପଟେ କହୁଛନ୍ତି ମୋ ବୋହୂକୁ ମୁଁ ବହୁତ ଭଲ ପାଏ । ସବୁ ସମ୍ପତ୍ତି ତା ନାଁରେ କରି ଦେଇଛି । ଅନ୍ୟପଟେ କହୁଛନ୍ତି ସେ ମଦ ପିଏ । ମୁଁ ମୋ ପୁଅକୁ ମଦଠାରୁ ଦୂରେଇ ରଖିବାକୁ ଚେଷ୍ଟା କରେ । ସେ କହିଛନ୍ତି, ଶ୍ରୀୟ ତାର ବାପା-ଭାଇ ସହ ମିଶି ମଦପିଏ । ଏପରିକି ଶ୍ରୀୟାଙ୍କ ମା’ଙ୍କ ଚରିତ୍ର ସଂହାର କରି କହିଛନ୍ତି,  ତାଙ୍କର ବି କୁଆଡେ ଅନ୍ୟ ପୁରୁଷ ସହ  ସମ୍ପର୍କ ରହିଛି ।

ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କରି ହ୍ୟୁମାନଙ୍କ ମା’ କହିଛନ୍ତି, ଧର୍ମ ପରିବର୍ତ୍ତନ ପାଇଁ କେହି ବି ତାକୁ ବାଧ୍ୟ କରି ନାହାନ୍ତି ।  ସେ ଘରେ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରେ ।

ନିଜ ସଫେଇ ଦେବାପାଇଁ ଉଭୟ ପକ୍ଷ ଏମିତି ପରସ୍ପରର ଗୋହି ଖୋଳୁଛନ୍ତି । ଶ୍ରୀୟାଙ୍କ ପରିବାର ହ୍ୟୁମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏପରିକି ଯୌତୁକ ନିର୍ଯାତନା, ଧର୍ମାନ୍ତରୀକରଣ ଅଭିଯୋଗ ପରି ସାଂଘାତିକ କଥା କହିଛନ୍ତି । ହ୍ୟୁମାନ ମଦ୍ୟପାନ କରି ତାଙ୍କ ଝିଅର ତଣ୍ଡିଚିପି ଦେବା କଥା ମଧ୍ୟ କହିଛନ୍ତି ଶ୍ରୀୟାଙ୍କ ପରିବାର ।

ଏପରି ଆରୋପ-ପ୍ରତ୍ୟାରୋପ  ଭିତରୁ କେତେ ସତ କେତେ ମିଛ ଆମେ ଅନୁମାନ କରିବା କଷ୍ଟ । ତେବେ ପରିବାରକୁ ଏପରି ବିବାଦକୁ ଟାଣିବା କେତେଦୂର ସମୀଚିନ ? ଏତେ କଥା କହିବା ପରେ ବି ହ୍ୟୁମାନଙ୍କ ମା’ ଆଶା ରଖିଛନ୍ତି,   ବିବାଦର ଅନ୍ତ ହେଉ । ହ୍ୟୁମାନ-ଶ୍ରୀୟା ଏକାଠି ହୁଅନ୍ତୁ । ଏଥିପାଇଁ ଦୁଇଦିନ ସମୟ ନେଇଛନ୍ତି । ଯଦି ଦୁଇଦିନ ଭିତରେ  ସମସ୍ୟାର ସମାଧାନ ହୋଇଯାଏ ଏବଂ ଦୁଇ ପରିବାରର ବିବାଦ ତୁଟିଯାଏ ତେବେ କହିଥିବା କଥା ଫେରାଇ ନେଇ ପାରିବେ କି ଉଭୟ ପକ୍ଷ ?

Leave A Reply

Your email address will not be published.