Latest Odisha News

BREAKING NEWS

ଖଣି କାରବାର ମାମଲା, ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଖଣି କାରବାର ମାମଲାରେ ଇଡିରେ ହାଜର ହେଲେ ବିଜେଡି ବିଧାୟକ । ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧ଟା ୩୦ରେ ଇଡିରେ ହାଜର ହୋଇଛନ୍ତି ବ୍ରଜ କିଶୋର ।

ସୂଚନା ଅନୁସାରେ, ବେଆଇନ୍ ଖଣି କରାବାର ମାମଲାରେ ବ୍ରଜ କିଶୋର ମୋଟା ମୁନାଫା କମାଇଥିବା ଅଭିଯୋଗରେ ଇଡି ତାଙ୍କୁ ସମନ କରିଥିଲା ।

ଏହା ପୂର୍ବରୁ ଇଡି ଏହି ମାମଲାରେ ଖଣି ମାଲିକ ଏବଂ ଚମ୍ପୁଆର ପୂର୍ବତନ ବିଧାୟକଙ୍କୁ ମନି ଲଣ୍ଡରିଂ ନେଇ ପଚରାଉଚରା କରିଥିଲା ।

Leave A Reply

Your email address will not be published.