Latest Odisha News

BREAKING NEWS

ଇଣ୍ଟରନ୍ୟାସନାଲ ରାମ୍ପରେ ଡେବ୍ୟୁ କରିବେ ଅନନ୍ୟା ବିର୍ଲା

ମୁମ୍ବାଇ: ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା ବିର୍ଲା ଏବେ ମଡେଲିଂରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନନ୍ୟା କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାଁନ୍ତି ବରଂ ଫ୍ୟାଶନ, ସଙ୍ଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ସେ ଲଣ୍ଡନ ଫ୍ୟାଶନ ୱିକରେ ଇଣ୍ଟରନ୍ୟାଶନାଲ ରାମ୍ପ୍ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏନେଇ ଅନନ୍ୟା କହିଛନ୍ତି, ‘ଏହି ଶୋ ପାଇଁ ମୁଁ ବହୁତ ଏକ୍ସାଇଟ ଅଛି। ଲଣ୍ଡନ ଫ୍ୟାଶନ ୱିକରେ ମୋତେ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳିଥିବାରୁ ସୌଭାଗ୍ୟ ମନେ କରୁଛି। ୱାର୍ଲ୍ଡ ଷ୍ଟେଜରେ ଭାରତ ପାଇଁ କ୍ୟାମ୍ପେନ କରିବାରୁ ମୋତେ ସୁଯୋଗ ମିଳିଛି ଏବଂ ମୁଁ ଏହାକୁ ସମର୍ଥନ କରିବି। ଅର୍ଚନା ଖୋଛାର ଜଣେ ଟ୍ୟାଲେଣ୍ଟେଡ ଡିଜାଇନର ଏବଂ ସେ ବନେଇଥିବା ଡ୍ରେସ ପିନ୍ଧି ଶୋ’ ରେ ରାମ୍ପ କରିବାକୁ ଅପେକ୍ଷା କରିଛି।’

ବ୍ରିଟିଶ ଫ୍ୟାଶନ କାଉନସିଲର ସହଯୋଗରେ ଏହି ଶୋ 17 ସେପ୍ଟେମ୍ବର 2022 ରେ ହାଇଟ୍ ରେଜେନ୍ସି, ଲଣ୍ଡନ – ଦି ଚର୍ଚ୍ଚିଲରେ ଅନୁଷ୍ଠିତ ହେବ। ଲଣ୍ଡନ ଫ୍ୟାଶନ ୱିକରେ ବେଲଜିୟମର ଡିଜାଇନର୍ ରାଫ୍ ସିମନ୍ସ, ମିଲାନ ଏବଂ ପ୍ୟାରିସରେ ଏହାକୁ ଦେଖାଇବା ପରେ ପ୍ରଥମ ଥର ପାଇଁ LFW ରେ ତାଙ୍କର କଲେକ୍ସନ ଦେଖାଇବେ। ସେଠାରେ ଶୋ କରିବା ପରେ ରିକାର୍ଡୋ ଟିସି ଏବଂ ଜୋନାଥନ୍ ଆଣ୍ଡରସନ୍ ଯୋଗ ଦେବେ। ପରେ ପରେ ସେ ଉଭୟ ବୁର୍ବେରୀ ଏବଂ ଜେଡବ୍ଲୁ ଆଣ୍ଡରସନଙ୍କ ସହ ଲଣ୍ଡନ ଫ୍ୟାଶନ ୱିକକୁ ଫେରିବେ।

Leave A Reply

Your email address will not be published.