ଶ୍ରୀନଗର: ହୁରିୟତ କନଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ଇସ୍ତଫା ଦେଇଛନ୍ତି । ୯୦ ବର୍ଷୀୟ ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି । ମୁଁ ଏ ସମ୍ପର୍କରେ ସଂଗଠନ ସହ ଜଡ଼ିତ ସଂସ୍ଥାମାନଙ୍କୁ ଜଣାଇ ସାରିଛି ।
ହୁରିୟତ କନଫରେନ୍ସର କିଛି ନେତା ପିଓକେରେ ରହିଛନ୍ତି । ସେମାନଙ୍କ ବିରୋଧରେ ଅନେକ ପ୍ରକାରର ସଂଗୀନ ଅଭିଯୋଗ ଆସିଛି । ଦିନକୁ ଦିନ ହୁରିୟତ ତା’ ଲକ୍ଷ୍ୟ ବାହାରେ କାମ କରୁଛି । ସୋପୁରରୁ ୩ ଥର ବିଧାୟକ ହୋଇଥିବା ଗିଲାନୀ ୨୦୧୦ରୁ ଅନେକ ଥର ଗୃହବନ୍ଦୀ ହୋଇ ରହିଛନ୍ତି । ଏପରି କି ଏବେ ୯୦ ବର୍ଷୀୟ ଗିଲାନୀ ଅସୁସ୍ଥ ଥିବା ମଧ୍ୟ ଖବର ସାମ୍ନାକୁ ଆସିଛି ।
Comments are closed.