Latest Odisha News

BREAKING NEWS

ପତ୍ନୀଙ୍କୁ ଉପହାର ଦେଲେ ବାର୍ବୀ ଡଲ୍ ଓ ଚିଠି : କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନ୍ୟୁୟର୍କ : ସାଧାରଣତଃ ବାର୍ବି ଡଲ୍‌କୁ୍ ଛୋଟ ଝିଅମାନେ ବେଶୀ ପସନ୍ଦ କରିଥାନ୍ତି । ଛୋଟ ଛୋଟ ଝିଅମାନେ ତାକୁ ପୋଷାକ ପରିଧାନ କରାନ୍ତି, ପୋଷାକ ବଦଳାନ୍ତି, କେଶକୁ ସାଇଜ କରି ଖେଳୁଥିବା ସମସ୍ତେ ଦେଖିଥିବେ । କିନ୍ତୁ ବୟସ୍କା ମହିଳା ହୁଅନ୍ତୁ ବା ପତ୍ନୀଙ୍କୁ କେହି ବାର୍ବି ଡଲ୍ ଉପହାର ଦେବା ଦେଖିଛନ୍ତି କି? ସାଧାରଣତଃ ପତ୍ନୀମାନେ ସେମାନଙ୍କ ପତିଙ୍କଠାରୁ ସୁନା ଅଳଙ୍କାର କିମ୍ବା ବିଶେଷ ଉପହାର ପାଇଁ ଇଚ୍ଛା କରନ୍ତି । ଏପରି ପରିସ୍ଥିତିରେ, ନ୍ୟୁୟର୍କର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବାର୍ବି ଡଲ୍ ଉପହାର ଦେବା ସହ ଏକ ଚିଠି ମଧ୍ୟ ଦେଇଛନ୍ତି । କିନ୍ତୁ ଏହାର କାରଣ ଜାଣିଲେ ଆପଣ ଭାବପ୍ରବଣ ହୋଇଯିବେ ।

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । ନିକଟରେ ସେ ତାଙ୍କ ପତ୍ନୀଙ୍କୁ ଏକ ଉପହାର ଦେଇଥିଲେ । ତାହା ପୁଣି ଗୋଟେ ବାର୍ବି ଡ଼ଲ । ଏହା ସହିତ ଏକ ଚିିଠି ବି ଦେଇଥିଲେ, ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି । ଏବେ ସୋସିଆଲ ମିଡ଼ିଆରେ ଦୁଇଟି ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ମଧ୍ୟରେ ଗୋଟିଏ ହେଉଛି ବାର୍ବି ଡଲ୍ ଏବଂ ଅନ୍ୟଟି ହେଉଛି ଏକ ଚିଠି । ଏହି ଚିଠିରେ ବ୍ୟକ୍ତି ଜଣକ ତାଙ୍କ ମନ କଥା ଲେଖିଛନ୍ତି । ସେ ଲେଖିଛନ୍ତି “ମୋର ପ୍ରିୟ ପତ୍ନୀ ଆୟେଶା । ଏହି ଜିନିଷଟି କେତେ ପୁରୁଣା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ପିଲାବେଳେ ତୁମ ବାର୍ବି ଡ଼ଲକୁ କେହି ଛଡ଼ାଇ ନିଅନ୍ତୁ ବା ହଜିଯାଉ । ମୁଁ ସବୁବେଳେ ଯତ୍ନ ନେବି ଯେ ତୁମେ ସବୁକିଛି ଯେମିତି ପାଇବ । ମୁ ତୁମକୁ ବହୁତ ଭଲ ପାଏ ତୁମର ସ୍ୱାମୀ ।”

ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଏକ ବାର୍ବି ଡଲ୍ ଉପହାର ଦେଇଛନ୍ତି । କାରଣ ମୁଁ ଛୋଟବେଳୁ ବାର୍ବି ଡ଼ଲକୁ ବହୁତ ଭଲ ପାଏ । ଯେତେବେଳେ ମୁଁ ଛୋଟ ଥିଲି କେହି ମୋର ପ୍ରିୟ ବାର୍ବି ଡ଼ଲକୁ ନେଇ ଯାଇଥିଲା । ତେଣୁ ସେ ମୋତେ ବାର୍ବି ଡ଼ଲ ଉପହାର ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଏହି ଫଟୋ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ ବାର୍ବି ଡ଼ଲ ଦେଖି ନାହାଁନ୍ତି । ସେମିତି ଆଉ ଜଣେ କହିଥିଲେ ଯେ, ଭଗବାନ ଉଭୟଙ୍କ ଯୋଡିକୁ ଭଲରେ ରଖନ୍ତୁ ।

Leave A Reply

Your email address will not be published.