Latest Odisha News

BREAKING NEWS

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।

ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଉଭୟ ରାଜ୍ୟକୁ ନିଜ ସ୍ୱାର୍ଥ ଦେଖିବାକୁ ପଡ଼ିବ । କୌଣସି ବି ସରକାର ରାଜ୍ୟର ହିତଠୁ ଅଧିକ ଆଲୋଚନା କରେ ନାହିଁ । ଏବେ ସେହି ବୁଝାମଣାର ଆବଶ୍ୟକତା ରହିଛି । ଦୁଇ ରାଜ୍ୟ ବସି ଆଲୋଚନା କରି ନିଷ୍କର୍ସ ବାହାର କରିବା ଆବଶ୍ୟକ ।

ପାଣ ଛତିଶଗଡ଼ରୁ ଆସୁଛି, ଓଡ଼ିଶା ଦେଇ ଯାଉଛି । ଉଭୟ ରାଜ୍ୟର ଅଧିକାର ଜଳ ଉପରେ ରହିଛି । ଏମିତି କୌଣସି କଥା ନାହିଁ ଯାହାର ସମାଧାନ ଆଲୋଚନାରେ ହୋଇ ପାରିବ ନାହିଁ । ଏକାଠି ବସି ଆଲୋଚନା କରି, ଉଭୟ ରାଜ୍ୟର ସ୍ୱାର୍ଥ ଦେଖି କଥା ହେଲେ ସମାଧାନ ହୋଇ ପାରିବ । ମୋତେ ଲାଗୁଛି ଏକାଠି ବସି ଆଲୋଚନାରେ ସମସ୍ୟା ହେଉଛି ।

ଟ୍ରିବୁନାଲର ଆବଶ୍ୟକତା ନାହିଁ । ବରଂ ସରକାର, ସରକାର ମଧ୍ୟରେ ରାଜ୍ୟରେ ହିତକୁ ନେଇ ଆଲୋଚନା କଲେ ସମାଧାନ ବାହାରି ପାରିବ । ମୋତେ ଲାଗୁନି ପାଣିରୁ କେବଳ ଛତିଶଗଡ଼ କିମ୍ବା ଓଡ଼ିଶା ଲାଭ ପାଇବ । ଆଲୋଚନା କଲେ ଉଭୟ ରାଜ୍ୟ ଲାଭାନ୍ୱିତ ହେବେ ବୋଲି କହିଛନ୍ତି ଟି.ଏସ୍. ସିଂହଦେଓ ।

Leave A Reply

Your email address will not be published.