Latest Odisha News

BREAKING NEWS

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ଦୀପାଳି । ଆଜି ବିଧାନସଭାରେ ମନ୍ତ୍ରୀ ଓ ନେତାଙ୍କ ଗହଣରେ ଉପବାଚସ୍ପତି ରଜନୀକାନ୍ତ ସିଂ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଶପଥ ନେବା ପରେ ସାମ୍ବାଦିକମାନଙ୍କୁ ଦୀପାଳି କହିଥିଲେ ସେ ଝାରସୁଗୁଡାର ବିକାଶ ପାଇଁ, ଝାରସୁଗୁଡାବାସୀଙ୍କ ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି । ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି । ଦୀପାଳି କହିଛନ୍ତି,  ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି   ।ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ସେ ତାହାକୁ ପୂରଣ କରିବେ । ତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କ ନେତ୍ୱତ୍ୱରେ ଝାରସୁଗୁଡା ବିକାଶର ଯେଉଁ ମଙ୍ଗ ଧରିଥିଲେ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେ ମଙ୍ଗକୁ ଆଗକୁ ନେବେ ବୋଲି କହିଛନ୍ତି ଦୀପାଳି ।

ବାପାଙ୍କ ସ୍ୱପ୍ନ ନୂତନ ଝାରସୁଗୁଡା ନିର୍ମାଣ କାମକୁ ଆଗକୁ ଦୀପାଳି ରୂପ ଦେବେ  ବୋଲି କହିବା ସହ  ଜିଲ୍ଲାରେ କ୍ୟାନ୍ସର ହସପିଟାଲ, ହାର୍ଟ ହସ୍ପିଟାଲ, ଡାଇଗ୍ନୋସିସ ସଣ୍ଟର, ଓଭର ବ୍ରିଜ ନିର୍ମାରଣ ଆଦି କରିବା ପାଇଁ ଗୁରୁତ୍ୱ ଦେବି । ବିଶେଷ କରି ମହିଳାଙ୍କ ଉନ୍ନତି ପାଇଁ ସେ କାମ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦୀପାଳି ।

Leave A Reply

Your email address will not be published.